fbpx
BJD SKY
BJD SKY

ଚାଷ ପାଇଁ ଦରକାର ଶସ୍ତା ଲୋନ୍, ଫଟାଫଟ୍ କରନ୍ତୁ କିସାନ କ୍ରେଡିଟ୍ କାର୍ଡ, ଜାଣନ୍ତୁ ପ୍ରୋସେସ୍

BJD

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ପ୍ରତି କୃଷକଙ୍କ ପାଖରେ କିସାନ କ୍ରେଡିଟ୍ କାର୍ଡ ପାଇଁ ଉଦ୍ୟମ କରୁନ୍ତି । କିସାନ କ୍ରେଡିଟ୍ କାର୍ଡ ଦ୍ୱାରା କୃଷକଙ୍କୁ ଚାଷ କାର୍ଯ୍ୟ ପାଇଁ ଟଙ୍କାର ଅସୁବିଧା ହେବନାହିଁ । ଦେଶରେ ୨୦୨୧ରେ ସମୁଦାୟ ୭,୩୭,୬୯,୯୫୧ କାର୍ଡ ରହିଥିଲା । ଏହାକୁ ତିଆରି କରିବା ପ୍ରୋସେସ୍ ମଧ୍ୟ ବେଶ୍ ସହଜ । ଯଦି ଆପଣ ପିଏମ କିସାନ ନିଧୀ ସ୍କିମର ଲାଭ ନେଉଛନ୍ତି ତେବେ ଆହୁରି ସହଜରେ କାର୍ଡ ମିଳିପାରିବ । ଏହି କାର୍ଡ ଦ୍ୱାରା ଆପଣ କୃଷି କାର୍ଯ୍ୟ ପାଇଁ କମ୍ ସୁଧ ହାରରେ ଲୋନ୍ ନେଇପାରିବେ ।

କିସାନ କ୍ରେଡିଟ୍ କାର୍ଡରେ ଜମି ଅନୂଯାୟୀ ୩ ଲକ୍ଷ ପର୍ଯ୍ୟନ୍ତ ଋଣ ମିଳିଥାଏ । ଏହା ଉପରେ ସୁଧ ସାଧାରଣତଃ ୯% ରହିଥାଏ । କେନ୍ଦ୍ର ସରକାର କୃଷକଙ୍କୁ ଏହି ସୁଧରେ ୨ ପ୍ରତିଶତ ସବସିଡି ଦେଇଥାନ୍ତି । ଯଦି ଆପଣ ସମୟ ପୂର୍ବରୁ ମୂଳଧନ ଏବଂ ସୁଧ ଫେରାଉଛନ୍ତି ତେବେ ସୁଧରେ ୩ ପ୍ରତିଶତ ଛାଡ଼ ହୋଇଥାଏ । ଏହିଭଳି ଭାବରେ କିସାନ କ୍ରେଡିଟ୍ କାର୍ଡରେ ୩ ଲକ୍ଷ ପର୍ଯ୍ୟନ୍ତ ଲୋନ୍ ମାତ୍ର ୪ ପ୍ରତିଶତ ବାର୍ଷିକ ସୁଧରେ ମିଳିଥାଏ । ଅନ୍ୟ କୌଣସି ଲୋନ୍ ଏହିଭଳି ସୁଧରେ ମିଳେନାହିଁ । ଆପଣ ମାଛ ଚାଷ ପାଇଁ ଏହି ସୁଧରେ ୨ ଲକ୍ଷ ପର୍ଯ୍ୟନ୍ତ ଲୋନ୍ ନେଇପାରିବେ । ତେବେ ୧.୬୦ ଲକ୍ଷ ଲୋନ୍ ପର୍ଯ୍ୟନ୍ତ ଚାଷୀଙ୍କୁ କୌଣସି ଗ୍ୟାରେଣ୍ଟି ଦେବାକୁ ପଡ଼େନାହିଁ ।

ପିଏମ କିସାନ ସ୍କିମର ୱେବସାଇଟରେ ଏହାର ଫର୍ମ ଡାଉନଲୋଡ କରି ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହ ନିକଟସ୍ଥ ବ୍ୟାଙ୍କରେ ଜମା କରିବାକୁ ହେବ । ଯୋଗ୍ୟ ଆବେଦନକାରୀ ହୋଇଥିଲେ ୧୪ ଦିନ ମଧ୍ୟରେ କାର୍ଡ ହୋଇଯିବ । ଆପଣ ଜନସେବା କେନ୍ଦ୍ରରେ ମଧ୍ୟ ଆବେଦନ କରିପାରିବେ ।

Get real time updates directly on you device, subscribe now.