fbpx

ଚାଷୀଙ୍କ ଝିଅ ପାଇଲେ ହାବାର୍ଡ ବିଶ୍ୱବିଦ୍ୟାଳୟରେ ସ୍କଲାରସିପ୍, ପଢ଼ନ୍ତୁ ପୁରା ଖବର

ଝାଡଖଣ୍ଡ, ୨୫ ।୪ (ଓଡିଶା ଭାସ୍କର) : କୁହାଯାଏ ମନରେ ଆଗ୍ରହ ଥିଲେ ଏବଂ କଷ୍ଟ କଲେ ଅସାଧ୍ୟ ସାଧନ ହୋଇଯାଏ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଝାଡଖଣ୍ଡର ଝିଅ ସୀମା କୁମାରୀ । ନିଜର କଠିନ ପରିଶ୍ରମ ବଳରେ ସେ ଆଜି ଅସାଧ୍ୟ ସାଧନ କରିଦେଖାଇଛି । ଆଉ ପ୍ରମାଣ କରିଦେଇଛି ଯେ ଦୁନିଆରେ କିଛି କଥା ଅସମ୍ଭବ ନୁହେଁ । ଚାଷୀ ପରିବାରରେ ଜନ୍ମ ନେଇଥିବା ସୀମା ସବୁ ଅସୁବିଧାକୁ ପାର କରି ମାସାଚୁସେଟସ୍ ର ହାବାର୍ଡ ବିଶ୍ୱବିଦ୍ୟାଳୟରେ ସ୍କଲାରସିପ୍ ହାସଲ କରିଛନ୍ତି । ଅଗାଡ ପରିଶ୍ରମର ଫଳ ଆଜି ତାଙ୍କ ହାତମୁଠାରେ ପହଞ୍ଚିଛି ।

 

View this post on Instagram

 

A post shared by Sunday League Pundits (@slpundits)

ଝାରଖଣ୍ଡର ଓରମାଝି ଅଞ୍ଚଳର ଗୋଟିଏ ଛୋଟ ଗାଁ ଦାହୁର ବାସିନ୍ଦା ହେଉଛନ୍ତି ସୀମା । ବର୍ତ୍ତମାନ ତାଙ୍କ ସଫଳତାର କାହାଣୀ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଯାଇଛି । ଚାଷ କାମ ଏବଂ ଏକ ସୁତା ଫ୍ୟାଷ୍ଟ୍ରିରେ କାମ କରି ତାଙ୍କ ବାପା ମା’ ପରିବାରର ଗୁଜୁରାଣ ମେଣ୍ଟାନ୍ତି । ଅନେକ ଦୁଃଖ କଷ୍ଟ ଦୁର୍ଦ୍ଦଶା ଭିତରେ ସେମାନେ କଠିନ ପରିଶ୍ରମ କରି ଚଳନ୍ତି । ହେଲେ ଏହି ଭଳି ପରିବେଶରେ ରହି ମଧ୍ୟ ସୀମା ସ୍ୱପ୍ନ ଦେଖିବା ଛାଡି ନଥିଲେ । ଏହା ମଧ୍ୟରେ ହିଁ ସେ ନିଜ ସଫଳତାର ରାସ୍ତା ତିଆରି ଚାଲିଥିଲେ । ସେ ତାଙ୍କ ପରିବାରର ପ୍ରଥମ ମହିଳା ଯିଏକି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିପାରିଛନ୍ତି । ତାଙ୍କ ପୁର୍ବରୁ କେହି ସଦସ୍ୟ ଯଥେଷ୍ଟ ଶିକ୍ଷା ଲାଭ କରିପାରି ନାହାନ୍ତି ।

ସୀମା ୨୦୧୨ ମସିହାରେ ଝାଡଖଣ୍ଡର ଯୁବ ବିଦ୍ୟାଳୟରେ ଆଡମିଶନ କରିଥିଲେ ଏବଂ ଫୁଟବଲ୍ କୋଚ୍ ମଧ୍ୟ ଥିଲେ । ଆଉ ସେଥିରୁ ଯେଉଁ ଟଙ୍କା ପାଉଥିଲେ । ତାକୁ ସେ ନିଜ ପଢ଼ା ଖର୍ଚ୍ଚରେ ଲଗାଉଥିଲେ । ସେ ବାଲ୍ୟ ବିବାହକୁ ଏଡାଇ ନିଜ ଅଧିକାର ପାଇଁ ଲଢ଼େଇ କରି ସ୍ୱପ୍ନ ପୁରଣ କରିବାରେ ସଫଳ ହୋଇଛନ୍ତି । ସେ ବିଶ୍ୱର ସବୁଠାରୁ ପ୍ରଖ୍ୟାତ ବିଶ୍ୱବିଦ୍ୟାଳୟ ହାବାର୍ଡରେ ନିଜ ସ୍ଥାନ ବନାଇବାକୁ ଅହରହ ଚେଷ୍ଟା କରି ଆଜି ଏହି ଶୀର୍ଷରେ ପହଞ୍ଚିପାରିଛନ୍ତି । ସେ ଏଭଳି ଏକ ବର୍ଷରେ ଏହି ସଫଳତା ହାସଲ କରିଛନ୍ତି ଯେଉଁ ବର୍ଷରେ କି ବିଶ୍ୱବିଦ୍ୟାଳୟର ସିଟ୍ ମାତ୍ର ୩.୪ ପ୍ରତିଶତ ରହିଥିଲା । ବର୍ତ୍ତମାନ ସେ ହାବାର୍ଡ ରେ କେଉଁ ବିଷୟରେ ଅଧ୍ୟୟନ କରିବେ ତାହା ସ୍ଥିର କରିଥିଲେ ମଧ୍ୟ ତାଙ୍କର ପରିଶ୍ରମ ହିଁ କହୁଛି ଯେ ସେ ତାଙ୍କର ଭବିଷ୍ୟତର ଲକ୍ଷ୍ୟ ବିଷୟରେ ନିଶ୍ଚିତ ଭାବେ ଏକ ସ୍ପଷ୍ଟ ଦର୍ଶନ ରଖିଛନ୍ତି । ଆହୁରି ମଧ୍ୟ ସେ ତାଙ୍କ ଅଞ୍ଚଳରେ ଲିଙ୍ଗଗତ ସମାନତା ଆଣିବାକୁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି । ଏନେଇ ସେ କୁହନ୍ତି ଯେ, ଲିଙ୍ଗଗତ ସମାନତା ସମାଜରେ ଦେଖାଯାଉଥିବା ଲିଙ୍ଗଗତ ଭେଦଭାବ, ପାରିବାରିକ ହିଂସା, ବାଲ୍ୟ ବିବାହ ଇତ୍ୟାଦି ହ୍ରାସ କରିବା ପାଇଁ ଜରୁରୀ ଅଟେ ।

Get real time updates directly on you device, subscribe now.