fbpx
BSKY
BJD MC SKY
BJD YOUTH SKY

କୃଷକଙ୍କ ପାଇଁ ଖୁସି ଖବର! ଟ୍ରାକ୍ଟର୍ କିଣିବା ଉପରେ ମିଳୁଛି ୫୦ ପ୍ରତିଶତ ରିହାତି, ଜାଣନ୍ତୁ କେମିତି ଉଠାଇବେ ଲାଭ

ନୂଆଦିଲ୍ଲୀ: କେନ୍ଦ୍ର ସରକାର କୃଷକଙ୍କ ଆମଦାନୀ ବଢ଼ାଇବା ପାଇଁ ବିଭିନ୍ନ ପ୍ରକାରର ଯୋଜନା ଆଣୁଛନ୍ତି । ଏବେ ଏଥିରେ ଆଉ ଏକ ନୁତନ ପଦକ୍ଷେପ ଯୋଡ଼ି ହୋଇଯାଇଛି । ପିଏମ୍ କିଷାନ ଟ୍ରାକ୍ଟର୍ ଯୋଜନା ଅଧୀନରେ କୃଷକ ମାନଙ୍କୁ ଟ୍ରାକ୍ଟର୍ କିଣିବା ପାଇଁ ସବସିଡ଼ି ଉପଲବ୍ଧ କରାଯାଉଛି । ଏହା ଯୋଜନା ମାଧ୍ୟମରେ ଆପଣ ଯେକୌଣସି କମ୍ପାନୀର ଟ୍ରାକ୍ଟର୍ କିଣି ପାରିବେ । ଏଥିରେ ଆପଣଙ୍କୁ ୫୦ ପ୍ରତିଶତ ରିହାତି ମିଳିବ । ବାକି ଟଙ୍କା କେନ୍ଦ୍ର ସରକାର ସବସିଡ଼ି ଆକାରରେ ଦେଇଥାଏ ।

କୃଷକ ମାନଙ୍କୁ କାମ କରିବା ପାଇଁ ବିଭିନ୍ନ ପ୍ରକାରର ମେସିନ୍ ର ଆବଶ୍ୟକତା ପଡ଼ିଥାଏ । ଏଥିମଧ୍ୟରେ ଟ୍ରାକ୍ଟର ରହିଛି । ତେବେ ଭାରତରେ ବସବାସ କରୁଥିବା ଅଧାରୁ ଅଧିକ ସଂଖ୍ୟକ କୃଷକ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ଯେଉଁମାନେ ସିଧାସଳଖ ଟଙ୍କା ଦେଇ ଟ୍ରାକ୍ଟର୍ କିଣିପାରିବେ ନାହିଁ । ତେଣୁ ଅଧିକାଂଶ କୃଷକ ଭଡ଼ାରେ ଆଣି ଚାଷ କରନ୍ତି । ଏହି ସମସ୍ୟାଙ୍କୁ ଦୃଷ୍ଟିରେ ରଖି ସରକାର ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଏହି ଯୋଜନା ଲାଗୁ କରିଛନ୍ତି । କାରଣ ଏଥିରେ କୃଷକ ମାନେ ଭଡ଼ାରେ ମଧ୍ୟ ଟ୍ରାକ୍ଟର ଆଣିପାରିବେ ।

ଏଥିପାଇଁ କେଉଁ କେଉଁ ଦସ୍ତାବିଜ୍ ଆବଶ୍ୟକ

ପିଏମ୍ କିଷାନ ଟ୍ରାକ୍ଟର ଯୋଜନାରେ ଟ୍ରାକ୍ଟର କିଣିବା ପାଇଁ ବିଭିନ୍ନ ରାଜ୍ୟ ସରକାର ନିଜ ନିଜ ସ୍ତରରେ ୨୦ ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ଉପଲବ୍ଧ କରାଉଛନ୍ତି । ଯେଉଁ ମାନେ ଗୋଟିଏ ଟ୍ରାକ୍ଟର କିଣୁଛନ୍ତି ସେମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବସିଡି ଦିଆଯାଉଛି । ଏଥପାଇଁ କୃଷକଙ୍କ ପାଖରେ ଆଧାର କାର୍ଡ, ଜମିର କାଗଜ ପତ୍ର, ବ୍ୟାଙ୍କ୍ ବିବରଣୀ, ପାସପୋର୍ଟ ସାଇଜ୍ ଫଟୋ ଜରୁରୀ ।

Get real time updates directly on you device, subscribe now.