fbpx

ସ୍ୱର୍ଣ୍ଣ ପଦକ ଜିତବା ପରେ ଆଥଲେଟଙ୍କ ପାଟିରୁ ବାହାରିଲା ଏମିତି ଶବ୍ଦ; ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ପଦକ ଜିତିବା ସମସ୍ତ ଆଥଲେଟଙ୍କ ସ୍ୱପ୍ନ ରହିଥାଏ । ପଦକ ଜିତି ସାରିବା ପରେ ସମସ୍ତ ଖେଳାଳି ଭାବ ବିହ୍ୱଳିତ ମଧ୍ୟ ହୋଇଥାନ୍ତି । ତେବେ ସମୟ ସମୟରେ ଖେଳାଳି ନିଜର ଭାବାବେଗକୁ ନିୟନ୍ତ୍ରଣରେ ରଖିବାରେ ବିଫଳ ହୁଅନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଚଳିତ ଟୋକିଓ ଅଲିମ୍ପିକ୍ସରେ । ଅଷ୍ଟ୍ରେଲୀୟ ମହିଳା ସନ୍ତରଣକାରୀ କେଲୀ ମ୍ୟାକଓୟେନଙ୍କ ଏଭଳି ଏକ ସାକ୍ଷାତକାର ବର୍ତ୍ତମାନ ଭାଇରାଲ ହୋଇଛି । ୧୦୦ ମିଟର ବ୍ୟାକଷ୍ଟ୍ରୋକରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ଏକ ସାକ୍ଷାତକାରରେ ଏମିତି ମତ ଦେଇଛନ୍ତି । ୫୭.୪୭ ସେକେଣ୍ଡର ସମୟ ନେଇ କେଲୀ ଅଲିମ୍ପିକ୍ସରେ ସର୍ବକାଳୀନ ଶ୍ରେଷ୍ଠ ରେକର୍ଡ କରିଥିଲେ ।
ପୂର୍ବ ରେକର୍ଡ ଭାଙ୍ଗି ଖୁସିଥିବା କେଲ ଚ୍ୟାନେଲ-୭କୁ ଏକ ଲାଇଭ ଇଣ୍ଟରଭ୍ୟୁ ପ୍ରଦାନ କରୁଥିଲେ । ସାକ୍ଷାତକାର ନେଉଥିବା ନାଥନ୍ ଟେମ୍ପଲଟନ୍ ଯେତେବେଳେ ପଚାରିଥିଲେ ନିଜ ମା ଓ ଭଉଣୀଙ୍କ ପାଇଁ ସେ କ’ଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି, ନିଜ ଭାବାବେଗକୁ ନିୟନ୍ତ୍ରଣରେ ରଖି ନପାରି କେଲୀ ଉତ୍ତର ଦେଇଥିଲେ ଫକ୍…. ୟା । ଏହି ମନ୍ତବ୍ୟ ପରେ ନିଜର ଭୁଲ ବୁଝିପାରି ମୁହଁରେ ହାତ ଦେଇଥିଲେ କେଲୀ ।

କେଲୀଙ୍କ ଏହି ମନ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲେ ହେଁ ତାଙ୍କୁ ସ୍ୱର୍ଣ୍ଣ ବିଜୟ ପାଇଁ ଢେର ସାରା ଅଭିନନ୍ଦନ ମିଳିଥିଲା । ଅଶ୍ଲୀଳ ଶବ୍ଦ କହିବା ପୂର୍ବରୁ କେଲୀ ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜୟ ତାଙ୍କର ସ୍ୱପ୍ନ ବୋଲି ମତ ଦେଇଥିଲେ । ଏହି ସ୍ୱପ୍ନ ସାକାର ହୋଇଥିବାରୁ ସେ ଅତ୍ୟନ୍ତ ଖୁସି ବୋଲି କେଲି ପ୍ରକାଶ କରିଥିଲେ । ଏହି ରେସ ପୂର୍ବରୁ ମୋ ଉପରେ ଭରସା କରିଥିବା ଲୋକଙ୍କୁ ମୁଁ ଧନ୍ୟବାଦ ଜଣାଇବାକୁ ଚାହୁଁଛି ବୋଲି କେଲି କହିଛନ୍ତି । ଏହାକୁ ନେଇ ମା କେମିତି ପ୍ରତିକ୍ରିୟା ପ୍ରକାଶ କରିବେ ବୋଲି ପ୍ରଶ୍ନର ଉତ୍ତରରେ କେଲି କହିଛନ୍ତି ‘ବର୍ତ୍ତମାନ ଯାଏଁ ମୁଁ ଏହାକୁ ସ୍ୱପ୍ନ ବୋଲି ଭାବୁଛି । ମୁଁ ମା’ଙ୍କ ସହିତ ପଛରେ କଥା ହେବି ।’ କେଲିଙ୍କ ଏହି ଶବ୍ଦ ଉପରେ ମତ ରଖିଛନ୍ତି ତାଙ୍କ ଭଉଣୀ । ମୁଁ ପ୍ରତିକ୍ରିୟା ଦେବାକୁ ଅସମର୍ଥ ମାତ୍ର କେଲି ଟିଭିରେ ମଧ୍ୟ ବହୁତ ସୁନ୍ଦର ଦେଖା ଯାଉଥିଲା ।

Get real time updates directly on you device, subscribe now.