fbpx
BSKY
BJD MC SKY
BJD YOUTH SKY

HDFC ବ୍ୟାଙ୍କ ବିନା ଗ୍ୟାରେଣ୍ଟିରେ ଦେଉଛି ୧୦ ଲକ୍ଷ ! ବାସ୍ କରିବାକୁ ପଡ଼ିବ ଏହି କାମ

ନୂଆଦିଲ୍ଲୀ: HDFC ବ୍ୟାଙ୍କର ଗ୍ରାହକମାନଙ୍କ ପାଇଁ ଆସିଛି ଖୁସିଖବର । ଯଦି ଟଙ୍କା ଦରକାର, ତେବେ ଆପଣଙ୍କୁ କୌଣସି ପ୍ରମାଣ ବିନା ୧୦ ଲକ୍ଷ ଟଙ୍କା ମିଳିପାରିବ । ଏଥିପାଇଁ ଆପଣଙ୍କୁ କେବ, ନିଜ ଆକାଉଣ୍ଟର ୬ ମାସର ବ୍ୟାଙ୍କ ଷ୍ଟେଟମେଣ୍ଟ ଦେବାକୁ ପଡିବ । ଏହି ଖାସ୍ ସୁବଧା ଛୋଟ ଖୁଚୁରା ବ୍ୟବସାୟୀମାନଙ୍କୁ ଦିଆଯାଉଛି । ତେବେ କରୋନା କାଳରେ ଆର୍ଥିକ ଅବସ୍ଥା ଖରାପ ହେବା କାରଣରୁ ଲୋକଙ୍କ ବ୍ୟବସାୟ କ୍ଷତିଗ୍ରସ୍ତ ହେଉଛି । ବ୍ୟାଙ୍କ ଏଥିପାଇଁ ସିଏସସି, ଏସପିଭି ସହ ହାତ ମିଳାଇଛି ।

ଛୋଟ ଖୁଚୁରା ବ୍ୟବସାୟୀଙ୍କୁ ଧ୍ୟାନରେ ରଖି HDFC ବ୍ୟାଙ୍କର ସ୍କିମ ‘ଦୁକାନଦାର ଓଭରଡ୍ରାଫ୍ଟ ସ୍କିମ’ ଆରମ୍ଭ ହୋଇଛି । ଏହି ସୁବିଧାର ଲାଭ ସେହି ଗ୍ରାହକମାନେ ଉଠାଇପାରିବେ, ଯେଉଁମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ଯେଉଁ ଖୁଚୁରା ବ୍ୟବସାୟୀମାନେ ଗତ ୩ ବର୍ଷ ଧରି ବ୍ୟବସାୟ କରୁଛନ୍ତି, ସେହିମାନେ ଏହାର ଲାଭ ଉଠାଇପାରିବେ । ଏହି ଯୋଜନା ଅଧିନରେ ଆପଣଙ୍କୁ ସର୍ବନିମ୍ନ ୫୦,୦୦୦ ଟଙ୍କା ଓ ସର୍ବାଧିକ ୧୦ ଲକ୍ଷ ଟଙ୍କା ମିଳିପାରିବ ।

ସବୁଠାରୁ ଖାସ୍ କଥା ହେଉଛି କି, ଏହି ଯୋଜନା ପାଇଁ ଆପଣଙ୍କୁ କୌଣସି ପ୍ରକାରର ସିକ୍ୟୁରିଟି ବା ଗ୍ୟାରେଣ୍ଟି ବ୍ୟାଙ୍କ ଦେଖାଇବାକୁ ପଡିବ ନାହିଁ । ଏହା ବ୍ୟତିତ ଏହି ଯୋଜନାର ଲାଭ ଉଠାଇବା ପାଇଁ ଆପଣଙ୍କୁ କୌଣସି ଆର୍ଥିକ ଓ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣର ଆବଶ୍ୟକତା ପଡିବ ନାହିଁ । ବ୍ୟାଙ୍କ ଏହାର ପ୍ରକ୍ରିୟା ପାଇଁ ସାଧାରଣ ପେପର ୱାର୍କ ରଖିଛି, ଯାହାଫଳରେ ଗ୍ରାହକମାନେ କମ ସମୟ ମଧ୍ୟରେ ଏହାର ଲାଭ ଉଠାଇପାରିବେ ।

Get real time updates directly on you device, subscribe now.