fbpx
BJD SKY
BJD SKY

ବର୍ଷା ଯୋଗୁଁ ଫସଲ ନଷ୍ଟ ହେଲେ କ୍ଷତିପୂରଣ ପାଇବେ କୃଷକ: ଫସଲ ବୀମା ନଥିଲେ ବି ମିଳିବ ଫାଇଦା

BJD

ନୂଆଦିଲ୍ଲୀ: ମୌସୂମୀ ଆସିବା ପରେ ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ଅନେକ ଜାଗାରେ କ୍ଷେତରେ ପାଣି ପଶିଯିବାରୁ ଫସଲ ନଷ୍ଟ ହେଉଥିବା ଦେଖାଯାଉଛି । ତେଣୁ କୃଷକ ଏବେ ଚିନ୍ତାରେ ପଡି ଯାଇଛନ୍ତି । ତେବେ ଫସଲ ବୀମା ଥିଲେ କୃଷକଙ୍କୁ ବର୍ଷାରେ ନଷ୍ଟ ହେଉଥିବା ଫସଲର କ୍ଷତିପୂରଣ ପ୍ରଦାନ କରାଯାଇଥାଏ । କିନ୍ତୁ ଏବେ ବୀମା ନଥିଲେ ମଧ୍ୟ କୃଷକମାନେ ଏହାର ଫାଇଦା ଉଠାଇପାରିବେ । ବର୍ଷା ଯୋଗୁଁ ନଷ୍ଟ ହେଉଥିବା ଫସଲର କ୍ଷତିପୂରଣ କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ପ୍ରଦାନ କରାଯିବ ।

ବର୍ଷା ଯୋଗୁଁ କୃଷକମାନଙ୍କର ନଷ୍ଟ ହେଉଥିବା ଫସଲକୁ ସରକାର ଗୁରୁତର ସହ ଗ୍ରହଣ କରିଛନ୍ତି । ତେଣୁ ଯେଉଁ କୃଷକମାନଙ୍କର ଫସଲ ନଷ୍ଟ ହୋଇଛି, ସେମାନଙ୍କୁ ଏହାର କ୍ଷତିପୂରଣ ଦିଆଯିବ । ଯେଉଁ କୃଷକମାନଙ୍କର ଫସଲ ବୀମା ଥିବ, ସେମାନଙ୍କ ତଥ୍ୟ ବାହାର କରି କ୍ଷୟକ୍ଷତି ଅନୁସାରେ କ୍ଷତିପୂରଣ ଦିଆଯିବ ବୋଲି କୁହାଯାଇଛି । ସେହିପରି ଯେଉଁ ଚାଷୀମାନଙ୍କ ପାଖରେ ଫସଲ ବୀମା ନାହିଁ, ସେମାନଙ୍କୁ ମଧ୍ୟ କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ କ୍ଷତିପୂରଣ ପ୍ରଦାନ କରାଯିବ । ଏ ନେଇ ଦିଲ୍ଲୀ ଗସ୍ତରେ ଥିବା ଉତ୍ତରାଖଣ୍ଡ ରାଜ୍ୟ କୃଷିମନ୍ତ୍ରୀ ଗଣେଶ ଜୋସୀ ଘୋଷଣା କରିଛନ୍ତି । ବର୍ଷା ଯୋଗୁଁ କେଉଁ କେଉଁ ଅଞ୍ଚଳରେ କେତେ ଫସଲ ନଷ୍ଟ ହୋଇଛି, ଏ ସମସ୍ତ ସମ୍ପର୍କରେ ବିସ୍ତୃତ ରିପୋର୍ଟ ସଂଗ୍ରହ କରାଯାଉଛି । ତେବେ ଅଧିକାରୀ କହିଛନ୍ତି ଯେ, ୨ ଦିନ ମଧ୍ୟରେ କୃଷକଙ୍କୁ ସେମାନଙ୍କ ନଷ୍ଟ ହୋଇଥିବା ଫସଲର କ୍ଷତିପୂରଣ । ପ୍ରଥମେ କ୍ଷୟକ୍ଷତିର ତାଲିୀକା ପ୍ରସ୍ତୁତ କରିବା ପରେ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବେ ସରକାର ।

ଏହାପରେ କୃଷିମନ୍ତ୍ରୀ ଗଣେଶ ଜୋସୀ କହିଛନ୍ତି ଯେ, ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି । ଭୂସ୍ଖଳନ ହେଉଥିବା ସ୍ଥାନକୁ ସ୍ୱତନ୍ତ୍ର ଟିମ ପଠାଇବା ସହ ସ୍ଥାନୀୟ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହାବ୍ୟତୀତ ବିଭିନ୍ନ କ୍ଷୟକ୍ଷତି ହେଉଥିବା ସ୍ଥାନର ସମସ୍ତ ରିପୋର୍ଟ ସମ୍ପର୍କରେ ସରକାରଙ୍କୁ ଅବଗତ କରାଯାଉଛି ।

Get real time updates directly on you device, subscribe now.