fbpx
BJD SKY
BJD SKY

ଚାଷୀଙ୍କୁ ମିଳିଲା ‘କାଳିଆ ଟଙ୍କା’: ଆକାଉଣ୍ଟକୁ ୮୬୯ କୋଟି ପଠାଇଲେ ଓଡ଼ିଶା ସରକାର

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆଖାଇ ଅବସରେରେ ଚାଷୀଙ୍କୁ ମିଳିଛି ବଡ଼ ଉପହାର । ଆଜି ଚାଷୀଙ୍କ ଆକାଉଣ୍ଟକୁ ଯାଇଛି କାଳିଆ ଟଙ୍କା । ୪୧ ଲକ୍ଷ ଛୋଟ ଚାଷୀ ଓ ୮୫ ହଜାର ଭୂମିହୀନ ଚାଷୀ ପାଇଛନ୍ତି ଟଙ୍କା । ପ୍ରତ୍ୟେକଙ୍କୁ ୨ ହଜାର ଲେଖାଏଁ ମୋଟ ୮୬୯ କୋଟି ଟଙ୍କା ଦେଇଛନ୍ତି ରାଜ୍ୟ ସରକାର ।

ତେବେ ଓଡ଼ିଶା ଏକ କୃଷି ବହୁଳ ରାଜ୍ୟ ହୋଇଥିବା ବେଳେ ଚାଷୀଙ୍କ ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ‘କାଳିଆ’ ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏଥର ମଧ୍ୟ କାଳିଆ ଟଙ୍କା ଯୋଗାଇବା ପାଇଁ କୃଷି ବିଭାଗ ପ୍ରସ୍ତୁତି କରିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୮ରେ ‘କାଳିଆ’ ଯୋଜନା ଆରମ୍ଭ ହୋଇଥିଲା । ପ୍ରଥମେ ଦୁଇଟି କିସ୍ତିରେ ୫ ହଜାର ଲେଖାଁଏ ବାର୍ଷିକ ୧୦ ହଜାର ଟଙ୍କା ଦିଆଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ଦୁଇଟି କିସ୍ତିରେ ୨ ହଜାର କରି ବାର୍ଷିକ ୪ ହଜାରକୁ ହ୍ରାସ କରାଯାଇଥିଲା ।

‘କାଳିଆ’ ଯୋଜନା ରାଜ୍ୟରେ ଚାଷୀ ଓ ଚାଷର ଉନ୍ନତି ପାଇଁ ବେଶ୍ ସହାୟକ ହେଉଛି । ବାସ୍ତବ ଦୃଷ୍ଟିକୋଣ ଉପରେ ଆଧାରିତ ଏହି ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ମାଧ୍ୟମରେ ବର୍ଷକୁ ୧୦,୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ରାଶି ବିନିଯୋଗ କରାଯାଇ ରାଜ୍ୟର ଅସମର୍ଥ କୃଷି ପରିବାର, ଭୂମିହୀନ ଚାଷୀ ଏବଂ ନାମମାତ୍ର ଚାଷୀଙ୍କୁ ଋଣ ଯନ୍ତା ଏବଂ ଦାରିଦ୍ର୍ୟରୁ ମୁକ୍ତ କରିବା ଏହାର ଲକ୍ଷ୍ୟ । ‘କାଳିଆ ଯୋଜନାରେ ୩ ବର୍ଷ ପାଇଁ ୫୯୩୩.୩୧ କୋଟି ଟଙ୍କା ଅନୁମୋଦନ କରିଛି କ୍ୟାବିନେଟ ।

‘କାଳିଆ’ ଯୋଜନାକୁ ସଠିକ୍ ଭାବରେ କାର୍ଯ୍ୟାକାରି କରାଯିବ । ଏହା ସହିତ କୃଷକ ମାନଙ୍କର ଆୟ ବୃଦ୍ଧି ସହ ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ଲକ୍ଷ୍ୟ ରଖିଛନ୍ତି ସରକାର । ତେଣୁ ରାଜ୍ୟ କ୍ୟାବିନେଟ୍ (୨୦୨୧ – ୨୨ରୁ ୨୦୨୩ – ୨୪ ଆର୍ôଥକ ବର୍ଷ ) ୩ ବର୍ଷ ପାଇଁ ୫୯୩୩.୩୧ କୋଟି ଟଙ୍କାର ବ୍ୟୟ ଅଟକଳକୁ ଅନୁମୋଦନ କରିଛନ୍ତି । ଏହାଦ୍ୱାରା ରାଜ୍ୟର ସମସ୍ତ କାଳିଆ ଯୋଜନା ହିତାଧିକାରୀ କୃଷକ ପରିବାର ବହୁଳ ଭାବରେ ଉପକୃତ ହେବେ ।

Get real time updates directly on you device, subscribe now.