fbpx

କାଲି ଚାଷୀଙ୍କ ଅନଶନ

Advertisement

ନୂଆଦିଲ୍ଲୀ,୧୩ ।୧୨: ଦେଶରେ ଲାଗୁ ହୋଇଥିବା କୃଷି ଆଇନ ପ୍ରତ୍ୟାହାର ଦାବିରେ କାଲି କରିବେ ଆନ୍ଦୋଳନରତ ଚାଷୀ । ସକାଳ ୮ଟାରୁ ଅପରାହ୍ନ ୫ଟା ଯାଏ ଚାଷୀମାନେ ଅନଶନ କରିବେ । ସବୁ ଜିଲ୍ଲାର ସଦର ମହକୁମାରେ ଧାରଣା ଦେବେ ଚାଷୀ ସଙ୍ଗଠନ । କୃଷକଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ଅନଶନ ଘୋଷଣା କରିଛନ୍ତି । ଆପ୍ କର୍ମୀଙ୍କୁ ମଧ୍ୟ ଦିନକ ପାଇଁ ଉପବାସ କରିବାକୁ ସେ ନିବେଦନ କରିଛନ୍ତି । ତେବେ କେନ୍ଦ୍ରର କୃଷି ଆଇନ ବିରୋଧରେ ୧୮ ଦିନ ହେଲା ଚାଲିଛି ଚାଷୀ ଆନ୍ଦୋଳନ ।

Get real time updates directly on you device, subscribe now.