fbpx

କୃଷକ ଆନ୍ଦୋଳନ; ୭ ଆହତ ସୁରକ୍ଷାକର୍ମୀଙ୍କୁ ଅମ୍ବାଲା ସିଭିଲ ହସ୍ପିଟାଲରେ ଭର୍ତ୍ତି, ଡାକ୍ତର କହିଲେ…

ନୂଆଦିଲ୍ଲୀ: ଅମ୍ବାଲା ପ୍ରିନ୍ସିପାଲ ମେଡିକାଲ ଅଫିସର ସଙ୍ଗୀତା ଗୋଏଲଙ୍କ କହିବାନୁଯାୟୀ, କୃଷକ ଆନ୍ଦୋଳନ ସମୟରେ ଆହତ ହୋଇଥିବା ୭ ଜଣ ସୁରକ୍ଷାକର୍ମୀଙ୍କ ଅବସ୍ଥା ଠିକ୍ ଅଛି । କୃଷକ ଆନ୍ଦୋଳନ ବେଳେ ସଂଘର୍ଷରେ ସେମାନେ ଆହତ ହୋଇଛନ୍ତି । ସେମାନଙ୍କୁ ଅମ୍ବାଲାର ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ଆମ ପାଖରେ ୭ଟି ମାମଲା ରହିଛି । ଏମାନଙ୍କ ମଧ୍ୟରୁ ହରିୟାଣା ପୋଲିସର ୪ ଜଣ ଓ ରାପିଡ୍ ଆକ୍ସନ ଫୋର୍ସର ୩ ଜଣ ଅଛନ୍ତି । ସବୁ କିଛି ଠିକ୍ ଅଛି । ସେମାନେ ହୋସ୍ ରେ ଅଛନ୍ତି । ଆହତଙ୍କ ମଧ୍ୟରୁ ଜଣେ ଡିଏସ୍ପି ମଧ୍ୟ ଅଛନ୍ତି । ସଙ୍ଗୀତା ଗୋଏଲଙ୍କୁ ଏ ସମ୍ପର୍କରେ ପଚରାଯିବାରୁ ସେ କହିଛନ୍ତି, ଗୋଡ଼ ଆଉ ମୁଣ୍ଡରେ ଆଘାତ ଲାଗିଛି । ସେମାନେ ଖସି ପଡ଼ିଛନ୍ତି । ତାଙ୍କ ମୁଣ୍ଡରୁ ରକ୍ତ ବାହାରୁଥିଲା । ସେମାନଙ୍କର ସିଟି ସ୍କାନ୍ ହୋଇଛି, ସବୁ ଠିକ୍ ଅଛି ।

ଯେକୌଣସି ପରିସ୍ଥିତି ପାଇଁ ଅମ୍ବାଲାର ଡାକ୍ତରଖାନା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି । ଆମର ସମସ୍ତ ଡାକ୍ତର ଭିତରେ ବସିଛନ୍ତି ବୋଲି ସେ କହିଛନ୍ତି । ପଞ୍ଜାବ-ହରିୟାଣା ସୀମାରେ କୃଷକମାନେ ସେମାନଙ୍କ ଦାବି ନେଇ ଦିଲ୍ଲୀ ଅଭିମୁଖେ ଯିବାରୁ ରୋକିବା ପାଇଁ କଡ଼ା ବ୍ୟବସ୍ଥା କରାଯାଇଛି । ଶମ୍ଭୁ ସୀମା ଓ ଅନ୍ୟାନ୍ୟ ସ୍ଥାନରେ କୃଷକ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ଖବର ମିଳିଛି ।

Get real time updates directly on you device, subscribe now.