fbpx

(Video) ପାଓ୍ଵାର କଟ୍‌କୁ ନେଇ ତାତିଲେ ଚାଷୀ; ବିଦ୍ୟୁତ ବିଭାଗ ଅଫିସରେ ଛାଡିଲେ କୁମ୍ଭୀର, ଜୀବନ ବିକଳରେ ଏଣେତେଣେ ଦୌଡିଲେ କର୍ମଚାରୀ

ବିଦ୍ୟୁତ ଅଫିସ ଭିତରେ ବୁଲିଲା କୁମ୍ଭୀର, ଭୟରେ ଥରହର ହେଲେ କର୍ମଚାରୀ 

Advertisement

ଓଡ଼ିଶା ଭାସ୍କର: କର୍ଣ୍ଣାଟକର ବିଜୟପୁରାରୁ ଆସିଛି ଏକ ଛାତିଥରା ଖବର । ଅଘୋଷିତ ବିଦ୍ୟୁତ୍‌ କାଟ୍‌କୁ ବିରୋଧ କରି ବିଦ୍ୟୁତ ବିଭାଗର ଅଫିସରେ କୁମ୍ଭୀର ଛାଡି ଦେଇଛନ୍ତି ଜଣେ ଚାଷୀ। ଏଭଳି ଅଭିନବ ପ୍ରତିବାଦ ପ୍ରଥମ ଥର ଦେଖିବାକୁ ମିଳିଛି । ସତ କଥା ହେଉଛି ବାରମ୍ବାର ବିଦ୍ୟୁତ୍ କାଟ୍‌ ଯୋଗୁଁ ଚାଷୀମାନେ ଚାଷ କାର୍ଯ୍ୟରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ବିରୋଧ କରି କର୍ଣ୍ଣାଟକର ଜଣେ ଚାଷୀ ହୁବଲି ବିଦ୍ୟୁତ କମ୍ପାନୀ ବା ହେସ୍‌କମ୍‌ ଅଫିସରେ କୁମ୍ଭୀର ଛାଡ଼ି ଦେଇଛନ୍ତି। ଫଳରେ ଅଫିସ ଭିତରେ ଆତଙ୍କ ଖେଳି ଯାଇଛି। ଅଘୋଷିତ ବିଦ୍ୟୁତ କାଟ୍‌କୁ ବିରୋଧ କରି ସେ ଏଭଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କୃଷକ ଜଣକ ଗତ ସପ୍ତାହରେ ବିଳମ୍ବିତ ରାତିରେ ବଦ୍ୟୁତ ଆସିବା ପରେ ଚାଷ ଜମିରେ ପାଣି ମଡାଇବା ପାଇଁ ଯାଇଥିଲେ ।

ଏହି ସମୟରେ ସେ ଏକ କୁମ୍ଭୀର ଦେଖିବାକୁ ପାଇଥିଲେ। ଏହାପରେ ତୁରନ୍ତ କୃଷକ ଜଣକ ଗ୍ରାମବାସୀଙ୍କ ସହାୟତାରେ ସେହି କୁମ୍ଭୀରକୁ ବାନ୍ଧି ଦେଇଥିଲେ। ଏହା ଅକ୍ଟୋବର ୧୯ ତାରିଖରେ ଉକ୍ତ କୁମ୍ଭୀରକୁ ନେଇ ସେ ହେସ୍‌କମ୍‌ ବିଦ୍ୟୁତ୍‌ ଅଫିସରେ ପହଞ୍ଚିଥିଲେ। ଅଫିସ୍‌ ଭିତରେ କୁମ୍ଭୀରକୁ ଦେଖି ହେସ୍‌କମ୍‌ କର୍ମଚାରୀମାନେ ଭୟଭୀତ ହୋଇପଡିଥିଲେ । ଏହାପରେ ସେମାନେ ପୋଲିସ ଓ ବନ କର୍ମଚାରୀଙ୍କୁ ଡକାଇଥିଲେ। ଚାଷୀଙ୍କ ବିରୋଧ ପରେ ଆଗକୁ ଆଉ ଏଭଳି ବିଦ୍ୟୁତ କାଟ୍‌ ହେବ ନାହିଁ ବୋଲି କର୍ମଚାରୀମାନେ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରତିଶ୍ରୁତି ପାଇବା ପରେ କୁମ୍ଭୀରକୁ ଅଫିସରୁ ବାହାର କରି ବନ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି ଚାଷୀ ।

Get real time updates directly on you device, subscribe now.