fbpx

କୃଷକଙ୍କୁ ଡ୍ରୋନ୍ କିଣିବାକୁ ମିଳିବ ୪ ଲକ୍ଷର ସବସିଡି, କେନ୍ଦ୍ର କୃଷି ମନ୍ତ୍ରଣାଳୟର ନିଷ୍ପତ୍ତି

ନୂଆଦିଲ୍ଲୀ: ଦେଶର କୃଷକଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । କୃଷକଙ୍କୁ ସହାୟତା ପ୍ରଦାନ ନେଇ କେନ୍ଦ୍ର ସରକାର ହାତ ବଢ଼ାଇଛନ୍ତି । କୃଷକଙ୍କୁ ଡ୍ରୋନ୍ କିଣିବା ପାଇଁ କେନ୍ଦ୍ର ସରକାର ୪ ଲକ୍ଷ ଟଙ୍କାର ସବସିଡି ପ୍ରଦାନ କରିବେ । ନୂଆ ନୂଆ ଟେକନିକ ମାଧ୍ୟମରେ କୃଷକଙ୍କ କ୍ଷେତ କାର୍ଯ୍ୟକୁ ଆଗେଇ ନେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ଦେଶରେ ବହୁ ସଂଖ୍ୟାରେ ଲଘୁ ଓ ସୀମାନ୍ତ କୃଷକ ରହିଛନ୍ତି । ସେମାନେ କୃଷି ଯନ୍ତ୍ରପାତି ସହଜରେ କିଣିପାରି ନଥାନ୍ତି । ସେମାନେ ଏବେ କେନ୍ଦ୍ର ସରକାରଙ୍କ ନୂଆ ଯୋଜନାରେ ଉପକୃତ ହୋଇ ପାରିବେ । କୃଷି କ୍ଷେତ୍ରରେ ନୂଆ ନୂଆ ଜ୍ଞାନ କୌଶଳ ପ୍ରୟୋଗ କରି ଚାଷ କାର୍ଯ୍ୟକୁ ସହଜ କରାଯିବ । କୃଷି କ୍ଷେତ୍ରରେ ଡ୍ରୋନର ଉପଯୋଗ ନେଇ ପ୍ରଧାନ୍ୟ ଦିଆଯାଉଛି । କୃଷକମାନେ ଡ୍ରୋନ୍ କିଣିବା ପାଇଁ ସର୍ବାଧିକ ୪ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଉଛି । ଏହାଦ୍ୱାରା ଲଘୁ ଓ ସୀମାନ୍ତ କୃଷକମାନେ କ୍ଷେତରେ ଡ୍ରୋନ ଉପଯୋଗ କରାଇବାରେ ସକ୍ଷମ ହୋଇପାରିବେ ।

କୃଷି ମନ୍ତ୍ରଣାଳୟ ଦ୍ୱାରା କୃଷକ, ଏଫପିଓ ଏବଂ ଗ୍ରାମୀଣ ଉଦ୍ୟୋଗୀଙ୍କୁ କଷ୍ଟମ ହାୟରିଂ ସେଣ୍ଟର ଦ୍ୱାରା ଡ୍ରୋନର ମୂଳ ମୂଲ୍ୟର ୪୦ ପ୍ରତିଶତ ବା ସର୍ବାଧିକ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଉପଲବ୍ଧ କରାଯାଉଛି । ପୂର୍ବରୁ କ୍ଷେତରେ ଅଚାନକ କୌଣସି ରୋଗ ଦେଖାଦେଲେ ସେଥିରେ ସ୍ପ୍ରେ କରିବା ଅସମ୍ଭବ ହେଉଥିଲା । ଏବେ ଡ୍ରୋନ ଟେକନିକ ମାଧ୍ୟମରେ ଏକାଥରକେ ଅଧିକ ଏରିଆରେ ଛିଞ୍ଚନ କରାଯାଇ ପାରିବ । ଏହାଦ୍ୱାରା ଔଷଧ ଓ ସମୟ ଦୁଇଟିଯାକ ବଞ୍ଚିବ । ପୂର୍ବରୁ ଠିକ୍ ଭାବେ ସ୍ପେ କରିବା ସମ୍ଭବ ହେଉ ନଥିବାରୁ କୃଷକଙ୍କ ଫସଲ ବର୍ବାଦ ହେଉଥିଲା । ଏବେ ଡ୍ରୋନ ମାଧ୍ୟମରେ କୃଷକମାନେ ବହୁ ମାତ୍ରାରେ ଫାଇଦା ପାଇପାରିବେ ।

Get real time updates directly on you device, subscribe now.