fbpx
BJD SKY
BJD SKY

Video: ବିଚାରପତିଙ୍କ ନିଯୁକ୍ତି ବିବାଦ ମଧ୍ୟରେ ପୁଣି ଆଇନ ମନ୍ତ୍ରୀଙ୍କ ଟାର୍ଗେଟରେ ସୁପ୍ରିମକୋର୍ଟ

BJD

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏବଂ ସରକାରଙ୍କ ମଧ୍ୟରେ ଲାଗି ରହିଥିବା ବାକ୍ ଯୁଦ୍ଧ ମଧ୍ୟରେ ଗୁରୁବାର କେନ୍ଦ୍ର ଆଇନ୍ ମନ୍ତ୍ରୀ କିରନ ରିଜିଜୁ ସଂସଦରେ ଏହା ଉପରେ ନିଜର ମନ୍ତବ୍ୟ ରଖିଛନ୍ତି । ଆଜି ପୁଣି ଥରେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ନିଯୁକ୍ତି ଉପରେ କେନ୍ଦ୍ର ସରକାରଙ୍କର ଭୁମିକା ନଗଣ୍ୟ ଥିବା କଥା ଉପରେ ଆଇନ୍ ମନ୍ତ୍ରୀ ଯୋର ଦେଇଥିଲେ । ଦେଶରେ ବିଚାର ରହିଥିବା ମାମଲାର ଲମ୍ବା ତାଲିକା ଥିବା ପ୍ରଶ୍ନର ଉତ୍ତରର ରଖିବା ସମୟରେ ସେ ବିଚାରପତି ମାନଙ୍କ ନିଯୁକ୍ତିର କଲେଜିୟମ ପ୍ରଣାଳି ଉପରେ ଆଲୋଚନା କରିଥିଲେ।

ରିଜିଜୁ କହିଛନ୍ତି, ‘ପଡି ରହିଥିବା ମାମଲାଗୁଡ଼ିକୁ ହ୍ରାସ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି, କିନ୍ତୁ ବିଚାରପତିଙ୍କ ପଦବୀ ପୂରଣ କରିବାରେ ସରକାରଙ୍କର ବହୁତ ସୀମିତ ଭୂମିକା ରହିଛି । ସରକାର କେବଳ କଲେଜିୟମରେ ନାମ ଗୁଡ଼ିକୁ ଚୟନ କରନ୍ତି, ଏହାବାଦ୍ ଆଉ କୌଣସି ଅଧିକାର ନାହିଁ । ତେବେ ‘ମୁଁ ଅଧିକ କିଛି କହିବାକୁ ଚାହେଁ ନାହିଁ କାରଣ ଏହା ଲାଗିପାରେ ଯେ, ସରକାର ନ୍ୟାୟପାଳିକାରେ ହସ୍ତକ୍ଷେପ କରୁଛନ୍ତି, କିନ୍ତୁ ସମ୍ବିଧାନର ଆତ୍ମା କହୁଛି ଯେ ବିଚାରପତିମାନଙ୍କୁ ନିଯୁକ୍ତି ଦେବା ସରକାରଙ୍କର ଅଧିକାର। ଯାହା ୧୯୯୩ରେ ବଦଳିଥିଲା ।’

ଏହି ସମୟରେ ରିଜିଜୁ ୨୦୧୪ ରେ ଆସିଥିବା ନ୍ୟାସନାଲ ଜୁଡିସିଆଲ୍ ନିଯୁକ୍ତି ଆୟୋଗ (ଏନଜେଏସି) ଅଧିନିୟମକ ବିଷୟରେ ମଧ୍ୟ କହିଥିଲେ, ଯାହାକୁ ୨୦୧୫ ରେ ସୁପ୍ରିମକୋର୍ଟଙ୍କ ଖାରଜ କରି ଦେଇଥିଲେ । ତେବେ ସେ ଏହା ମଧ୍ୟ କହିଛନ୍ତି, ଯେ ଯେପର୍ଯ୍ୟନ୍ତ ବିଚାରପତିଙ୍କ ନିଯୁକ୍ତି ପ୍ରକ୍ରିୟା ପରିବର୍ତ୍ତନ ନହୁଏ ସେପର୍ଯ୍ୟନ୍ତ ଖାଲି ଉଚ୍ଚ ନ୍ୟାୟିକ ପଦବୀ ପ୍ରସଙ୍ଗ ଉଠୁଥିବ।

Get real time updates directly on you device, subscribe now.