fbpx

ନବରଙ୍ଗପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଗଛରେ କାର ପିଟିହୋଇ ୩ ଜଣଙ୍କ ମୃତ୍ୟୁ

ନବରଙ୍ଗପୁର: ପୁଣି ଏକ ଭୀଷଣ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି । ଏକ କାର ଗଛକୁ ପିଟିବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଏହି କାର ନିଜର ଭାରସାମ୍ୟ ହରାଇ ଗଛରେ ପିଟିହେବା ଜଣାପଡିଛି । ଏଥି ସହ ଜଣେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁଯାୟୀ, ନବରଙ୍ଗପୁର ଉମକୋଟ ବାସିନୀ ଛକରେ ଥିବା ଏକ ଗଛରେ କାର ପିଟି ହୋଇଛି । କାରଟି ଖୀପ୍ର ବେଗରେ ଆସି ଗଛରେ ପିଟି ହୋଇଛି । ଏହି ଦୁର୍ଘଟଣାରେ କାରଟି ସୋଚନୀୟ ଭାବେ କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣା ଘଟିବା ପରେ ଛକରେ ଥିବା ଲୋକେ ପୋଲିସକୁ ଖବର ଦେଇଛନ୍ତି ।

ବହୁ କଷ୍ଟରେ କାର ମଧ୍ୟରୁ ମୃତ ଦେହ ଉଦ୍ଧାର କରାଯିବା ସହ ଗୁରୁତରଙ୍କୁ ଅମ୍ବୁଲାନ୍ସ ଡକାଯାଇ ନବରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଜଣାପଡିଛି ଯେ, ଏହି କାରଟି ଉମକୋଟର ଅଞ୍ଚଳା ଯାଉଥିଲା । ପୋଲିସ ଏନେଇ ତଦନ୍ତ ଚଳାଇଛି ।

Get real time updates directly on you device, subscribe now.