ଏହି ଦାନ୍ତ ରୋଗକୁ ନେଇ ବଢ଼ିଲାଣି ଚିନ୍ତା, ୧୦ ଘଣ୍ଟା ଭିତରେ ହେଉଛି ମୃତ୍ୟୁ!
ସାଂଘାତିକ ହେଉଛି ଦାନ୍ତ ରୋଗ। ବଦଳି ଯାଉଛି ଦାନ୍ତର ରଙ୍ଗ, ଅକାରଣରେ ଚାଲି ଯାଉଛି ନିରୀହଙ୍କ ଜୀବନ! ଏପରି ଲକ୍ଷଣ ଥିଲେ ଆରମ୍ଭରୁ କରନ୍ତୁ ଉପଚାର।
ଓଡ଼ିଶା ଭାସ୍କର: ଦାନ୍ତ ସମସ୍ୟା ପାଇଁ ୧୦ ଘଣ୍ଟା ମଧ୍ୟରେ ଯାଇପାରେ ଜୀବନ,ଏକ ପରୀକ୍ଷାରୁ ପ୍ରମାଣିତ ନିତ୍ୟ ବ୍ୟବହାର ଦ୍ରବ୍ୟରୁ ହେଉଛି ଦାନ୍ତ ଜନିତ ସମସ୍ୟା ।
ଦାନ୍ତ ସମସ୍ୟା ଆଜି କାଲିର ଏକ ସାଧାରଣ ଘଟଣା । ୧୦୦ ପ୍ରତିଶତରୁ ପାଖାପାଖି ଦେଖିବାକୁ ଗଲେ ୯୦ ପ୍ରତିଶତ ଲୋକଙ୍କର ଦାନ୍ତ ଜନିତ ସମସ୍ୟା ଦେଖାଦେଇଥାଏ ।
ହେଲେ ଆପଣମାନେ ଜାଣିଛନ୍ତି କି ଆପଣ ଦୌନନ୍ଦିନ ବ୍ୟବହାର କରୁଥିବା ପାନୀୟ ଜଳରେ ଲୁଚି ରହିଛି ଯମ ।
ଖରାପ କରେ ପାନୀୟ ଜଳ: ପ୍ରତ୍ୟେକ ଦିନ ପାନୀୟ ଭାବେ ବ୍ୟବହାର କରୁଥିବା ଦ୍ରବ୍ୟ ହିଁ ଦାନ୍ତରେ ଦାଗ ସୃଷ୍ଟି କରେ । ଯେଉଁ ଦାଗ ଯେକୌଣସି ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱକୁ ମଧ୍ୟ ନଷ୍ଟ କରିଦିଏ ।
ଯେପରିକି ମୁହଁ ଖୋଲିବା ମାତ୍ରେ ପାଟିରୁ ଦୁର୍ଗନ୍ଧ ବାହାରିବା । ଆଉ ଏସବୁର ମୁଖ୍ୟ କାରଣ ହେଲା ଆପଣ ବ୍ୟବହାର କରୁଥିବା ପାନୀୟ ଜଳ ।
ଦାନ୍ତର ମୁଖ୍ୟ ଖଳନାୟକ କିଏ?
ହେଲେ ଆପଣମାନେ ଜାଣିଛନ୍ତି କି ଦାନ୍ତକୁ ଖରାପ କରିବାରେ ମୁଖ୍ୟ ଭୂମିକା କାହାର ଥାଏ । ଯାହା ଜାଣିଲେ ଆପଣ ବି ଚକିତ ହେଇଯିବେ ।
କାରଣ ଏହା ଏପରି ଏକ ଜିନିଷ ଜାହାକୁ ଆଜି କାଲିର ଯୁବପୀଢି ଅଧିକ ମାତ୍ରାରେ ବ୍ୟବହାର କରିଥାନ୍ତି । ଆପଣ ଭାବୁଥିବେ ଏଥିପାଇଁ ଚା, ଗୁଟଖା, ତମାଖୁ, କଫି ଏସବୁ ଦାୟୀ ହୋଇଥିବ ।
ଜୀବନ ବି ଯାଇପାରେ : ଡେଲି ମେଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଦନ୍ତ ଚିକିତ୍ସକ ଡକ୍ଟର ମିଲିସ୍ ମ୍ୟାଡିସନ ଏକ ପରୀକ୍ଷା କରିଥିଲେ ।
ଯେଉଁ ପରୀକ୍ଷାରେ କିଛି ଦାନ୍ତ ଉପରେ କଫି,ଚା,କୋକ୍ ଏବଂ ରେଡ୍ ଓ୍ବାଇନ୍ ଢଳାଯାଇଥିଲା । ଆଉ ଆଶ୍ଚର୍ଯ୍ୟର ବିଷୟ ଏହା କି ଏଥିପାଇଁ ଚା,କଫି କିମ୍ବା ମୃଦୁ ପାନୀୟ ଯେତିକି ଦାୟୀ ନୁହେଁ ବେଶୀ ଦାୟୀ ମଦ୍ୟପାନ ।
କ’ଣ କ’ଣ କ୍ଷତି କରେ : ଏହା କେବଳ ଦାନ୍ତର ରଙ୍ଗ ବଦଳାଏ କିମ୍ବା ଦାନ୍ତକୁ ମୂଳରୁ କମଜୋର କରିଥାଏ ତାହା ନୁହେଁ । ବରଂ ଏହା ପ୍ରାୟତଃ ୧୦ ଘଣ୍ଟା ମଧ୍ୟରେ ମୃତ୍ୟୁର କାରଣ ସାଜିଥାଏ । ତେଣୁ ନିଜକୁ ସୁରକ୍ଷିତ ରଖିବାକୁ ହେଲେ ମଦ୍ୟପାନ ଠାରୁ ଦୁରେଇ ରୁହନ୍ତୁ ।