fbpx
BSKY
BJD MC SKY
BJD YOUTH SKY

ପିତା ପାଲଟିଲା ରାକ୍ଷସ: ଦୁଇ ବର୍ଷ ଧରି ସାବତ କନ୍ୟାଙ୍କୁ ଦୁଷ୍କର୍ମ

ମୁମ୍ବାଇ, ୧୨ା୩: ମୁମ୍ବାଇରେ ଜଣେ ପିତା ସାବତ କନ୍ୟାଙ୍କ ସହ ଦୁଇବର୍ଷ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ୧୪ ବର୍ଷୀୟ ପୀଡ଼ିତା ଗର୍ଭବତୀ ହୋଇଥିବା ଜଣାପଡ଼ିବା ପରେ ଉକ୍ତ ପିତାଙ୍କର କଳାକାରନାମା ପଦାକୁ ଆସିଛି । ନାବାଳିକା ପୂର୍ବରୁ ଗର୍ଭପାତ କରିସାରିଥିବା ବେଳେ ଡିଏନଏ ଟେଷ୍ଟ ପାଇଁ ଭ୍ରୁଣ ଓ ରକ୍ତ ନମୂନା ନିଆଯାଇଥିଲା । ଏହି ମାମଲାରେ ସ୍ୱତନ୍ତ୍ର ଅଦାଲତ ଅଭିଯୁକ୍ତ ପିତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

୨୦୦୦ ମସିହାରେ ପୀଡ଼ିତାଙ୍କର ପିତାଙ୍କର ମୃତ୍ୟୁ ପରେ ତାଙ୍କ ମାଆ ପୁନର୍ବିବାହ କରିଥିଲେ । ସେ ସମୟରେ ପୀଡ଼ିତାଙ୍କୁ ୨ ବର୍ଷ ବୟସ ହୋଇଥିଲା । ପୀଡ଼ିତା ୭ମ ଶ୍ରେଣୀରେ ପଢ଼ୁଥିବା ସମୟରେ ଅଭିଯୁକ୍ତ ତାଙ୍କୁ ଯୌନ ନିର୍ଯାତନା ଦେବା ଆରମ୍ଭ କରିଥିଲା । ପୀଡ଼ିତାଙ୍କ ମାଆ କାମ କରିବାକୁ ବାହାରକୁ ଚାଲିଯିବା ପରେ ଅଭିଯୁକ୍ତ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

Get real time updates directly on you device, subscribe now.