fbpx

ଭୁବନେଶ୍ୱର ଘାଟିକିଆରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ମାରିବା ପରେ ଝିଅର ତଣ୍ଟି କାଟିଲା ନୃଶଂସ ବାପା, ଜାଣନ୍ତୁ କ’ଣ କହିଲେ DCP

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କରା): ଭୁବନେଶ୍ୱର ଘାଟିକିଆରେ ଆଜି ଘଟିଛି ଏକ ବୀଭତ୍ସ କାଣ୍ଡ । ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । କେବଳ ଏତିକି ନୁହେଁ, ସ୍ତ୍ରୀକୁ ହତ୍ୟା କରିବା ପରେ ୬ ବର୍ଷର ଝିଅକୁ ବି ମରଣାନ୍ତକ ଆକ୍ରମଣ କରିବାକୁ ପଛାଇନଥିଲା । ୬ ବର୍ଷର ଝିଅର ତଣ୍ଟି କାଟି ହତ୍ୟା ଉଦ୍ୟମ କରିଥିଲା ବାପା । ଗୁରୁତର ଅବସ୍ଥାରେ ଝିଅକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅନ୍ୟପଟେ ଏହି ଘଟଣାରେ ଅଭିଯୁକ୍ତ ବାପା ଫେରାର ଥିବା ଜଣାପଡିଛି । ଅଭିଯୁକ୍ତକୁ ଧରିବା ପାଇଁ ଭରତପୁର ପୋଲିସ ଛାନଭିନ୍ ଜାରି ରଖିଛି । ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚ କରିଛନ୍ତି ।

ଡିସିପିଙ୍କ କହିବା ମୁତାବକ, ‘ଘାଟିକିଆ ଅଞ୍ଚଳରେ ହତ୍ୟାକାଣ୍ଡ ନେଇ କଣ୍ଟ୍ରୋଲ ରୁମକୁ ଖବର ଆସିଥିଲା । ଘଟଣାସ୍ଥଳରେ ପିସିଆର ପହଞ୍ଚି ଜାଣିବାକୁ ପାଇଲା କି ଅଭିଯୁକ୍ତ ସଞ୍ଜୀବ ଦାଶ ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ହତ୍ୟା କରିଛି । ସଞ୍ଜୀବ ନିଜ ପରିବାର ସହ ସେଠାରେ ରହୁଥିବା ବେଳେ ଆଜି ଘରୁ ଶବ୍ଦ ଶୁଣାଯାଇଥିଲା । ଆଖପାଖର ଲୋକ ଘରେ ଭିତରେ ସଞ୍ଜୀବଙ୍କ ପତ୍ନୀ ସରସ୍ୱତୀ ଦାଶଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ତାଙ୍କର ୬ ବର୍ଷର ଝିଅ ମଧ୍ୟ ଗୁରୁତର ଆହତ ହୋଇଥିଲେ ।’

ତେବେ ସଞ୍ଜୀବଙ୍କ କିଛି ରୋଜଗାର ନଥିବା ବେଳେ ସେ ପ୍ରାୟତଃ ନିଶାସକ୍ତ ଅବସ୍ଥାରେ ରୁହନ୍ତି ବୋଲି ଜଣାପଡିଛି । ତାଙ୍କ ପତ୍ନୀ ଅର୍ଥାତ୍ ସରସ୍ୱତୀ ନର୍ସ ଥିବାରୁ ତାଙ୍କ ଟଙ୍କାରେ ଘରର ଗୁଜୁରାଣ ଚାଲିଥିଲା । କିନ୍ତୁ ଆଜି କେଉଁ କାରଣ ଯୋଗୁଁ ଏପରି ହତ୍ୟାକାଣ୍ଡ ହୋଇଛି, ତାହା ଜଣାପଡିନାହିଁ । ହତ୍ୟାକାଣ୍ଡ ପରେ ସଞ୍ଜୀବ ଘଟଣାସ୍ଥଳରୁ ଫେରାର ହୋଇଥିବା ଛାନଭିନ୍ ଜାରି ରହିଛିି ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି ।

Get real time updates directly on you device, subscribe now.