ଗର୍ଭବତୀ ବୋହୂ ସହ ଦୁଷ୍କର୍ମ କଲା ଶ୍ୱଶୁର, ଅଭିଯୋଗ କରିବାରୁ ଘରୁ ବାହାର କରିଦେଲା ସ୍ୱାମୀ

News across the Earth, news close to your heart, Read Odisha Bhaskar English

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମୁଜଫରନଗର ଜନପଦରେ ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଜଣେ ଶ୍ୱଶୁର ନିଜ ଗର୍ଭବତୀ ବୋହୂକୁ ବଳତ୍କାର କରି କାହାକୁ ନ ଜଣାଇବାର ଧମକ ଦେଇଛି । ତେବେ ପୀଡିତା ଜଣକ ସଂଧ୍ୟାରେ ସ୍ୱାମୀ ଆସିବା ପରେ, ନିଜର ଆପତ୍ତି ଅଭିଯୋଗ ଶୁଣାଇଥିଲା । ସ୍ୱାମୀ ତାକୁ ସାହାଯ୍ୟ କରିବା ପରିବର୍ତ୍ତେ ମହିଳାଙ୍କୁ ମାରପିଟ କରି ଘରୁ ବାହାର କରିଦେଇଛି ।

ସୂଚନା ଅନୁଯାୟୀ, କକରୌଲୀ ଥାନା ଅନ୍ତର୍ଗତ ଶଫିକଙ୍କ ଝିଅ ଆଫରୀନ ୧୯ ଅଗଷ୍ଟ ୨୦୨୨ରେ ମୀରାପୁର ଥାନା ଅଞ୍ଚଳରେ ଥିବା ଏକ ଗାଁରେ ବିବାହ କରିଥିଲେ । ବିବାହ ପରେ ଆଫରୀନଙ୍କ ଶ୍ୱଶୁର ତାଙ୍କୁ ଖରାପ ଦୃଷ୍ଟିରେ ଦେଖୁଥିଲେ । ୨୦୨୩ ଜୁଲାଇ ୫ ତାରିଖରେ ଘରେ କେହି ନଥିବା ସମୟରେ ଶ୍ୱଶୁର ବୋହୂକୁ ମାରପିଟ କରି ତାଙ୍କ ସହ ବଳତ୍କାର କରିଥିଲା । ବଳତ୍କାର ସମୟରେ ବୋହୂ ଜଣକ ଗର୍ଭବତୀ ମଧ୍ୟ ଥିଲେ । ଏହାପରେ ବୋହୂକୁ ଶ୍ୱଶୁର କାହାକୁ ନ ଜଣାଇବା ଧମକ ଦେଇ ଘରୁ ପଳାଇଥିଲା ।

ପୀଡିତା ବୋହୂ ଜଣକ ସଂଧ୍ୟାରେ ସ୍ୱାମୀ ଘରକୁ ଆସିବା ପରେ ସବୁ ଜଣାଇଥିଲେ । ହେଲେ ସ୍ୱାମୀ ସାହାଯ୍ୟ କରିବା ପରିବର୍ତ୍ତେ ତାଙ୍କୁ ମାରପିଟ କରି ଘରୁ ବାହାର କରିଦେଇଛନ୍ତି । ଏଥିସହ ତାଙ୍କ ସ୍ୱାମୀ ଆଫରୀନଙ୍କୁ କହିଥିଲେ ଯେ, ତୋ ସହିତ ମୋ ଅବୁ ବା ବାପା ଜବରଦସ୍ତି କରି ଦୁଷ୍କର୍ମ କରିଛନ୍ତି । ଏବେ ଆଉ ମୁଁ ତୋ ସହ ରହି ପାରିବି ନାହିଁ, କାରଣ ଏବେ ତୁ ମୋ ବାପାଙ୍କ ସ୍ତ୍ରୀ ହୋଇଯାଇଛୁ । ଏହାପରେ ପୀଡିତା ଜଣକ ଥାନାର ଦ୍ୱାରସ୍ତ ହୋଇ ଶ୍ୱଶୁର ଏବଂ ସ୍ୱାମୀଙ୍କ ନାମରେ ଏଫଆଇଆର ଦେଇ ମାମଲା ରୁଜୁ କରିଛନ୍ତି ।

Get real time updates directly on you device, subscribe now.