fbpx
BJD SKY
BJD SKY

ଶ୍ୱଶୁର ସହ ସମ୍ପର୍କ ନ ରଖିବାରୁ ସ୍ତ୍ରୀକୁ ନିର୍ଯାତନା: ଥାନାର ଦ୍ୱାରସ୍ଥ ହେଲେ ପାଟକୁରାର ବୋହୂ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶ୍ୱଶୁର ଓ ବୋହୂର ସମ୍ପର୍କକୁ ବାପ ଝିଅର ସମ୍ପର୍କ ସହିତ ତୁଳନା କରାଯାଏ । ତେବେ ଖରାପ ସମ୍ପର୍କ ରଖିବାକୁ ରାଜି ନହେବାରୁ ବୋହୂକୁ ମିଳିଛି ନିର୍ଯାତନା । ଶ୍ୱଶୁର କହୁଛି ମୋ ସହ ସମ୍ପର୍କ ରଖ । ସେପଟେ ସ୍ୱାମୀ କହୁଛି ମୋ ସାଙ୍ଗ ମାନଙ୍କ ସହ ସମ୍ପର୍କ ରଖ । ଶାଶୁ ସବୁ ଜାଣି କିଛି କରୁନାହାନ୍ତି । ମୋ ଧରମ ବାପା, କକା ବି କହୁଛନ୍ତି, ଦେଖ ମା, ପୁଅତ ବାହାରେ, ତୋ ମନ ଖୁସି ରହିବ ଆଉ ସେବି ଖୁସି ରହିବ । ହେଲେ ମୁଁ ଏଥିରେ ରାଜି ହେଲିନି ।

ସ୍ୱାମୀ , ଶାଶୂ, ଶ୍ୱଶୁର ମୋତେ ମାଡ଼ପିଟ କଲେ । ପାଟକୁରା ଥାନାରେ ଏତଲା ଦେଇଥିଲି କମ୍ପ୍ରମାଇଜ୍ କରିଦେଲେ । ବୁଝେଇ ବାଝେଇ ମୋତେ ରାଜସ୍ଥାନ ବିଦା କଲେ । ସ୍ୱାମୀ ରାଜସ୍ଥାନରେ ଅନ୍ୟ ଝିଅ ସହ ସମ୍ପର୍କ ରଖିଲେ । ପ୍ରତିବାଦ କରିବାରୁ ତାଙ୍କ ସାଙ୍ଗମାନଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କଲେ । ବାଧା ଦେବାରୁ ପ୍ରାଇଭେଟ୍ ପାର୍ଟରେ ମାଡ଼ ମାରିଲେ । ବାଧ୍ୟ ହୋଇ ସେ ଘର ଛାଡ଼ି ପଳାଇଆସିଲି । କାନ୍ଦି କାନ୍ଦି ଏମିତି କିଛି ଅଭିଯୋଗ କରିଛନ୍ତି ଜଣେ ମହିଳା ।

ଏଭଳି ଏକ ଲଜ୍ୟାକର ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅଞ୍ଚଳରେ । ଏଥର ଆଉ ଥାନା ନୁହେଁ, କେନ୍ଦ୍ରାପଡା ଏସ୍ ଡିପିଓ ରାଜୀବଲୋଚନ ପଣ୍ଡାଙ୍କୁ ଭେଟି ଗୋଟିଗୋଟି କରି ଅଭିଯୋଗ କରିଛନ୍ତି ଜଣେ ମହିଳା ।

ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି କି, ମୁଁ ମୋ ପିଲାଙ୍କ ପାଖକୁ ଯିବାକୁ ଚାହୁଁଛି । ନ୍ୟାୟ ନମିଳିଲେ ସୁଇସାଇଡ୍ କରିଦେବି । ସମସ୍ତେ ମିଶି ମୋ ଚରିତ୍ର ନିଲାମ କରିଦେଲେ । ଆଉ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ସ୍ୱାମୀ, ଶ୍ୱଶୁରଙ୍କ ନାଁରେ ଆଣିଛନ୍ତି ଏଭଳି ଅଭିଯୋଗ ।

Get real time updates directly on you device, subscribe now.