fbpx

ଏ କି ନିଶା! ଅଢ଼େଇବର୍ଷର ଝିଅକୁ ବାପା କଣ କଲା ଜାଣନ୍ତୁ…

ଭୁବନେଶ୍ଵର(ଓଡ଼ିଶା ଭାସ୍କର): ନିଶା ପାଇଁ ପାଗଳ ହୋଇଗଲା ବାପା। ଜାଣିପାରିଲାନି ନିଜ ସନ୍ତାନର ମହତ୍ତ୍ଵ। ଅଢ଼େଇ ବର୍ଷର କଅଁଳ କଢ଼ି ବା କଣ ଜାଣେ! ତାକୁ ଅନ୍ୟ ହାତକୁ ଟେକିଦେଲା ବାପା! ଏଭଳି ଅଭାବନୀୟ ଘଟଣା ପାଇଁ ସାରା ରାଜ୍ୟରେ ହଇଚଇ। କେବଳ ମଦ ପାଇଁ ୫ ହଜାର ଟଙ୍କାରେ ଶିଶୁକନ୍ୟାକୁ ବିକି ଦିଆଯାଇଛି ବୋଲି ଅଭିଯୋଗ ହେବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ଶିଶୁକନ୍ୟାକୁ ଉଦ୍ଧାର କରିବାସହ ତନାଘନା କରୁଛି।

ଯାଜପୁର ଜିଲ୍ଲା  ବିଞ୍ଝାରପୁର ଥାନା ଫତେପୁର ପଞ୍ଚାୟତ ମଲିଆ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚନା ଅନୁସାରେ ଉକ୍ତ ଗାଁର ରମେଶ କୁମାର ବାରିକ(୩୨) ସପତ୍ନୀକ ରାଜଧାନୀ ଭୁବନେଶ୍ଵର କ୍ୟାପିଟାଲ ଥାନା ଅଞ୍ଚଳରେ ରହୁଥିଲେ। ସେମାନଙ୍କ ୩ଟି ସନ୍ତାନ। ୨ ଝିଅ ଓ ଗୋଟିଏ ପୁଅ। ରମେଶ ସବୁବେଳେ ନିଶାରେ ଚୁର୍‌ ହୋଇ ସ୍ତ୍ରୀ ଓ ପିଲାଙ୍କୁ ମାଡ଼ମାରୁଥିଲା। ତେଣୁ ବଡ଼ଝିଅ ଓ ପୁଅଙ୍କୁ ଜେଜେ ରବୀନ୍ଦ୍ର  ବାରିକ ନିଜ ପାଖକୁ ନେଇଯାଇଥିଲେ। ତେବେ ସାନଝିଅ ପ୍ରିୟଙ୍କା ମାତ୍ର ଅଢ଼େଇବର୍ଷର। କିନ୍ତୁ ତାକୁ ବି ମା’ଠାରୁ ଦୂରେଇ ଦେଇଥିଲେ ରମେଶ। ସ୍ତ୍ରୀକୁ ମାଡ଼ ମାରି ଘରୁ ବାହାର କରିଦେଇଥିଲେ।  ଏପଟରେ ମଦ ପିଇବା ପାଇଁ ଗତ ୪ ତାରିଖରେ ପ୍ରିୟଙ୍କାକୁ ସୟଦପୁର ପଞ୍ଚାୟତ ହାଟସାହିର ଜଣେ ବ୍ୟକ୍ତିଙ୍କୁ ୫ ହଜାର ଟଙ୍କାରେ ବିକି ଦେଇଥିଲେ ରମେଶ। ଏ ବିଷୟରେ ତାଙ୍କ ପତ୍ନୀ କ୍ୟାପିଟାଲ ଥାନା ଓ ପରେ ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍‌ ଶିଶୁକନ୍ୟାକୁ ଉଦ୍ଧାର କରିବା ସହ ଉଭୟ ରମେଶ ଓ କ୍ରେତାଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।

 

Get real time updates directly on you device, subscribe now.