fbpx

ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ବର୍ଷୁଛି ଟଙ୍କା, ସଂଗ୍ରହ ହେଲାଣି ୫ହଜାର କୋଟି

ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ଜନ୍ମଭୂମି ପରିସରରେ ହେବାକୁ ଥିବା ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଆଉ ଏଥିପାଇଁ ଟଙ୍କାର ବର୍ଷା ହେବାରେ ଲାଗିଛି । ମନ୍ଦିର ନିର୍ମାଣ ପାଇଁ ସାରା ଦେଶରେ ଜାନୁଆରୀ ୧୫ ତାରିଖରୁ ଫେବୃଆରୀ ୨୭ ତାରିଖ ମଧ୍ୟରେ ଆରମ୍ଭ ହୋଇଥିବା ସମର୍ପଣ ନିଧି ଅଭିଯାନରେ ରାମ ଭକ୍ତମାନେ ଏଯାବତ୍ ପ୍ରାୟ ୫୦୦୦ କୋଟି ଟଙ୍କା ଦାନ କରିଛନ୍ତି । ଏହି ବିପୁଳ ପରିମାଣର ଦାନ ଅର୍ଥରୁ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଯୋଧ୍ୟା ଶାଖାରେ ୫୦୦ କୋଟି ଟଙ୍କାର ଏଫଡି ବା ଫିକ୍ସଡ଼ ଡିପୋଜିଟ କରାଯାଇଛି ।

ଏଥିସହିତ ଭାରତ ବାହାରେ ରହୁଥିବା ଭକ୍ତ ମାନଙ୍କ ଠାରୁ ମଧ୍ୟ ଅର୍ଥ ମିଳିବାର ସମ୍ଭାବନା ରହିଛି । ତେଣୁ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ବିଦେଶରେ ରହୁଥିବା ରାମ ଭକ୍ତଙ୍କ ପାଇଁ ପାଣ୍ଠି ଉତ୍ସର୍ଗ ଅଭିଯାନ ମଧ୍ୟ ଆରମ୍ଭ କରିବାକୁ ଯାଉଛି ।

ଏହି ପରିପ୍ରେକ୍ଷୀରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ କାର୍ୟ୍ୟାଳୟର ଦାୟିତ୍ୱରେ ଥିବା ପ୍ରକାଶ ଗୁପ୍ତା କହିଛନ୍ତି ଯେ, ଏହି ଅଭିଯାନରୁ ଆମ ପାଖକୁ ଆସିଥିବା ପାଣ୍ଠି ମଧ୍ୟରୁ କେବଳ ୫୦୦ କୋଟି ଟଙ୍କା ଏଫଡି କରାଯାଇଛି, ଯେଉଁ ଅର୍ଥରୁ ସୁଧ ମିଳିବ । ଆହୁରି ମଧ୍ୟ ଏଡି ୫୦୦ କୋଟି ହେଉଛି ମୋଟ ରାଶିର ମାତ୍ର ୧୦ ପ୍ରତିଶତ । ଅର୍ଥାତ୍ ଏଥିରୁ ସ୍ପଷ୍ଟ ହୋଇଛି ଯେ, ସମର୍ପଣ ନିଧି ଅଭିଯାନରେ ସଂଗ୍ରହ ହୋଇଛି ୫୦୦୦ କୋଟି ଟଙ୍କା ।

Get real time updates directly on you device, subscribe now.