fbpx
BSKY
BJD SHG SKY
BJD YOUTH SKY

ୟୁଟ୍ୟୁବର ଗୌରବ ହାସନଙ୍କୁ କ୍ଷମା ମାଗିଲେ ‘ବାବା କା ଢାବା’ ମାଲିକ

ନୂଆଦିଲ୍ଲୀ: ପୁଣି ଥରେ ଚର୍ଚ୍ଚାରେ ‘ବାବା କା ଢାବା’ ମାଲିକ କାନ୍ତା ପ୍ରସାଦ । କାନ୍ତା ପ୍ରସାଦ ଏକ ଭିଡିଓ ଜାରି କରିଛନ୍ତି । ଏହି ଭିଡିଓରେ ସେ ୟୁଟ୍ୟୁବର ଗୌରବ ହାସନଙ୍କୁ କ୍ଷମା ମାଗିଛନ୍ତି । ଭିଡିଓରେ ସେ ହାତ ଯୋଡ଼ି କ୍ଷମା ମାଗୁଥିବାର ନଜର ଆସିଛନ୍ତି  । ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଯେଉଁ ଭିଡିଓ ଭାଇରାଲ ହେଉଛି ସେଥିରେ କାନ୍ତା ପ୍ରସାଦ କହୁଛନ୍ତି, ‘ଗୌରବ ହାସନ, କେବେ ଚୋର ନଥିଲେ ଆମେ ମଧ୍ୟ ତାଙ୍କୁ ଚୋର କହିନଥିଲୁ  । କିନ୍ତୁ ଆମେ ଏକ ଭୁଲ କରିଥିଲୁ ଏବଂ ଏଥିପାଇଁ ଆମେ କ୍ଷମା ମାଗୁଛୁ ଏବଂ ଜନତାଙ୍କୁ ଅନୁରୋଧ କରୁଛୁ ଯଦି କୌଣସି ଭୁଲ ହୋଇଛି ତେବେ ଆମକୁ କ୍ଷମା କରିଦିଅନ୍ତୁ ।’

ସୂଚନାଯୋଗ୍ୟ, ଗୌରବ ହାସନ ଅକ୍ଟୋବର ୨୦୨୦ରେ ଦିଲ୍ଲୀର ମାଲବୀୟ ନଗର ରେ ସ୍ଥିତ ‘ବାବା କା ଢାବା’ ର ଭିଡିଓ କରିଥିଲେ ଏବଂ ଏହାକୁ ତାଙ୍କର ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ କରିଥିଲେ । ଏହି ଭିଡିଓ ଖୁବ୍ ଭାଇରାଲ ହୋଇଥିଲା  । ଏହି ଭିଡିଓ ଭାଇରାଲ ହେବା ପରେ ‘ବାବା କା ଢାବା’ ଖୁବ୍ ପ୍ରସିଦ୍ଧ ହୋଇଥିଲା । କାନ୍ତା ପ୍ରସାଦଙ୍କୁ ସାହାଯ୍ୟ କରିବା ପାଇଁ ବାବ କା ଢାବାରେ ଲୋକଙ୍କ ଭିଡ଼ ଜମିଥିଲା, ଅନେକ ଲୋକ କାନ୍ତା ପ୍ରସାଦଙ୍କୁ ଆର୍ଥିକ ସହଯୋଗ ମଧ୍ୟ କରିଥିଲେ ।

ଏହା ପରେ କାନ୍ତା ପ୍ରସାଦ ହଠାତ୍ ଗୌରବ ହାସନଙ୍କ ଉପରେ ଠକେଇର ଅଭିଯୋଗ ଆଣିଥିଲେ । ଏତିକି ନୁହେଁ କାନ୍ତା ପ୍ରସାଦ ଗୌରବଙ୍କ ବିରୋଧରେ ଥାନାରେ ମାମଲା ମଧ୍ୟ ରୁଜୁ କରିଥିଲେ । ଏହା ପରେ କାନ୍ତା ପ୍ରସାଦଙ୍କ ସାମ୍ନାରେ ପୁଣିଥରେ ଆର୍ଥିକ ସଂଙ୍କଟ ଦେଖାଦେଇଥିଲା । ଲୋକଙ୍କଠାରୁ ମିଳିଥିବା ଆର୍ଥିକ ସହାୟତା ମିଳିବା ପରେ କାନ୍ତା ପ୍ରସାଦ ଏକ ରୋଷ୍ଟୁରାଣ୍ଟ ଖୋଲିଥିଲେ ତା’କୁ ମଧ୍ୟ କ୍ଷତି କାରଣରୁ ବନ୍ଦ କରିବାକୁ ପଡିଥିଲା । ଏବେ କାନ୍ତା ପ୍ରସାଦ ୟୁଟ୍ୟୁବର ଗୌରବ ହାସନଙ୍କୁ ହାତଯୋଡ଼ି କ୍ଷମା ମାଗିଛନ୍ତି ।

 

View this post on Instagram

 

A post shared by Karan Dua (@dilsefoodie)

Get real time updates directly on you device, subscribe now.