fbpx
BSKY SKY
BSKY SKY

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏଯାବତ୍ ଦିଆଯାଇଛି ୨୬କୋଟି ଟିକା

BSKY

ନୂଆଦିଲ୍ଲୀ: ଦେଶବ୍ୟାପି ଟିକାକରଣ ଅଭିଯାନର ଏକ ଅଂଶସ୍ୱରୂପ ଭାରତ ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକକୁ ସହାୟତା ରୂପକ ମାଗଣା ଦରରେ କୋଭିଡ ଟିକା ଯୋଗାଇ ଦେଉଛନ୍ତି । ଏଥିସହିତ ରାଜ୍ୟ ଓକେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକ ଯେପରି ସିଧାସଳଖ ଟିକା କ୍ରୟ କରିପାରିବେ ସେନେଇ ମଧ୍ୟ ଭାରତ ସରକାର ସୁବିଧା କରାଇଛନ୍ତି ।

ଭାରତ ସରକାର ପ୍ରତ୍ୟେକ ମାସରେ କେନ୍ଦ୍ରୀୟ ଔଷଧ ଗଣେଷଣାଗାର (ସିଡିଏଲ) ମଞ୍ଜୁରୀ ପ୍ରାପ୍ତ ଯେକୌଣସି ନିର୍ମାତାଙ୍କ ଦ୍ୱାରା ପ୍ରସ୍ତୁତ ଟିକାର ୫୦% କ୍ରୟ କରିବେ । ବର୍ତ୍ତମାନ ସୁଦ୍ଧା ଭାରତ ସରକାର ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକୁ ଉଭୟ ବିନା ମୂଲ୍ୟରେ ଏବଂ ରାଜ୍ୟମାନଙ୍କ ଦ୍ୱାରା ପ୍ରତ୍ୟକ୍ଷ କ୍ରୟ ପ୍ରକ୍ରିୟାରେ ୨୬ କୋଟି ଡୋଜ୍ରୁ ଅଧିକ ଟିକା ଉପଲବ୍ଧ କରାଇଛନ୍ତି । ଏଥିମଧ୍ୟରୁ ନଷ୍ଟ ହୋଇଥିବା ଡୋଜ୍କୁ ମିଶାଇ ମୋଟ୍ ୨୫,୧୨,୬୬,୬୩୭ ଡୋଜ୍ ଟିକା ବିନିଯୋଗ ହୋଇଛି ।

ଏବେ ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ନିକଟରେ ୧.୫୩ କୋଟି ଡୋଜ୍ରୁ ଅଧିକ କୋଭିଡ୍ ଟିକା ବିନିଯୋଗ ହେବା ପାଇଁ ଉପଲବ୍ଧ ରହିଛି । ଏହା ବ୍ୟତୀତ, ବର୍ତ୍ତମାନ ୪ଲକ୍ଷରୁ ଅଧିକ ଡୋଜ୍ ଟିକା ଗଚ୍ଛିତ ରହିଛି । ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଏହାକୁ ଗ୍ରହଣ କରିବେ ।

Get real time updates directly on you device, subscribe now.