fbpx

ଦୁନିଆର ସବୁଠାରୁ ଲମ୍ବା ଇଂରାଜୀ ଶବ୍ଦ, ପଢ଼ିବାକୁ ଲାଗେ ୪ଘଣ୍ଟା

ନୂଆଦିଲ୍ଲୀ: ସବୁଭାଷା ପରି ଇଂରୋଜୀ ଭାଷାର କିଛି ଅଲଗା ମଜା ରହିଛି । ଆମେ ସାଧାରଣତଃ ସବୁ ପ୍ରକାରର ଭାଷା ଶିଖିବା ପାଇଁ ପ୍ରୟାସ କରିଥାଉ । ତେବେ ଇଂରାଜୀରେ ଏପରି ଅନେକ ଶବ୍ଦ ରହିଛି । ଯାହାକୁ ଉଚ୍ଚାରଣ କରିବାରେ ଅନେକ ଅସୁବିଧା ହୋଇଥାଏ । ହେଲେ ଇଂରାଜୀ ଭାଷାକୁ ଏକ ସମୃଦ୍ଧ ଭାଷା କୁହାଯାଉଥିବା ବେଳେ ଏଥିରେ ଆମେ ଆମର ଭୋକାବୁଲାରିକୁ ମଜବୁତ୍ କରିବା ପାଇଁ କିଛି ସାଧାରଣ ଜ୍ଞାନ ଆମେ ଗଚ୍ଛିତ କରିବାକୁ ଚେଷ୍ଟା କରୁ । ହେଲେ ଇଂରାଜୀ ପଢ଼ିବା ଭିତରେ କଣ ଆପଣ ଜାଣିଛନ୍ତି କି ଦୁନିଆର ସବୁଠାରୁ ଲମ୍ବା ଶବ୍ଦ ବିଷୟରେ । ଯଦି ଜାଣି ନାହାନ୍ତି ତାହେଲେ ଜାଣନ୍ତୁ ଏହି ଖବର ମାଧ୍ୟମରେ ।

ଯଦି ଆପଣଙ୍କୁ ବିଭିନ୍ନ ଭାଷା ପଢିବାକୁ ଭଲ ପାଆନ୍ତି ତେବେ ଏହି ଲେଖା ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ପ୍ରମାଣିତ ହେବ । ବର୍ତ୍ତମାନ ସୁଦ୍ଧା ଆପଣ ୩୨ ଏବଂ ୪୫ ଅକ୍ଷରର ଲମ୍ବା ଇଂରାଜୀ ଶବ୍ଦ ତ ନିଶ୍ଚିତ ପଢିଥିବେ । ଯଦି ଆମେ ଆପଣଙ୍କୁ କହିବୁ ଯେ ଇଂରାଜୀ ଭାଷାରେ ଏକ ଲମ୍ବା ଶବ୍ଦ ଅଛି ତେବେ ଆପଣ କଣ ଏହାକୁ ବିଶ୍ୱାସ କରିବେ । ଏହି ଶବ୍ଦ ୧୦୦-୨୦୦ ଅକ୍ଷରରେ ଗଠିତ ନୁହେଁ ବରଂ ଏହା ୧ଲକ୍ଷ ୮୯ ହଜାର ୮୧୯ ଅକ୍ଷରରେ ଗଠିତ ।

ପଢିବାକୁ ଲାଗିବ ୩ ଘଣ୍ଟାରୁ ଅଧିକ ସମୟ : ଏହାକୁ ପଢିବାକୁ ୩ ଘଣ୍ଟାରୁ ଅଧିକ ସମୟ ଲାଗିଥାଏ । ଏହି ଶବ୍ଦଟି ମାନବ ଶରୀରରେ ମିଳୁଥିବା ଟାଇଟିନ୍ ପ୍ରୋଟିନ୍ ରାସାୟନିକ ନାମ । ଆମ ଶରୀରରେ ୨୦ ଲକ୍ଷରୁ ଅଧିକ ପ୍ରୋଟିନ ରହିଛି । ଯାହା ଆମିନୋ ଏସିଡ୍ ଦ୍ୱାରା ଗଠିତ୍ । ମାନବ ଶରୀରରେ ଜଣାସୁଣା ଲମ୍ବା ପ୍ରୋଟିନ୍ ଟାଇଟିନ୍ । ଟାଇଟିନ୍ରେ ୨୬ ହଜାରରୁ ଅଧିକ ଆମିନୋ ଏସିଡ୍ ଅଛି ।

Get real time updates directly on you device, subscribe now.