fbpx

ହସ୍ପିଟାଲକୁ ମିସାଇଲ୍ ମାଡ଼, ଚାଲିଥିଲା ରୋଗୀ ଚିକିତ୍ସା; ଜାଣନ୍ତୁ କୋଉଠି…

ନୂଆଦିଲ୍ଲୀ: ଉତ୍ତର ସିରିଆର ଏକ ଡାକ୍ତରଖାନା ଉପରେ କ୍ଷେପଣାସ୍ତ୍ର ଆକ୍ରମଣରେ ଦୁଇଜଣ ଡାକ୍ତରୀ କର୍ମଚାରୀଙ୍କ ସମେତ ମୋଟ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଏନେଇ ତୁର୍କୀର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।

ତୁର୍କୀର ହାତାଇ ପ୍ରଦେଶର ରାଜ୍ୟପାଳ କହିଛନ୍ତି ଯେ ଶନିବାର ହୋଇଥିବା ଆକ୍ରମଣରେ ୧୩ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣ ପାଇଁ ରାଜ୍ୟପାଳଙ୍କ କାର୍ଯ୍ୟାଳୟ “ସିରିଆ କୁର୍ଦ୍ଦଶ” ଗୋଷ୍ଠୀକୁ ଦାୟୀ କରିଛି। ବ୍ରିଟେନର ମାନବାଧିକାର ସଂଗଠନ ‘ସିରିଆନ୍ ଅବଜରଭେଟରୀ ଫର୍ ହ୍ୟୁମାନ୍ ରାଇଟ୍ସ’ ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୧୮ ବୋଲି କହିଛି ।

ସିରିଆ ଆମେରିକୀୟ ମେଡିକାଲ୍ ସୋସାଇଟି (ଏସଏଏମଏସ) କହିଛି ଯେ ଆଫ୍ରିନ୍ ସହରର ଅଲ-ଶିଫା ହସ୍ପିଟାଲରେ ଦୁଇଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇ ପଲିକ୍ଲିନିକ୍ ବିଭାଗ, ଜରୁରୀକାଳୀନ ଔଷଧ ଏବଂ ବିତରଣ କକ୍ଷ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଛି। ଡାକ୍ତରଖାନା ଉପରେ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ ଦାବି କରିଛି ଏସଏଏମଏସ ।

Get real time updates directly on you device, subscribe now.