fbpx

ସିଙ୍କହୋଲ୍ ଭିତରରେ କ୍ଷଣିକରେ ବୁଡିଗଲା ପାର୍କିଂରେ ଠିଆ ହୋଇଥିବା କାର୍, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଲଗାତର ଭାବରେ କିଛି ଦିନ ହେବ ମୁମ୍ବାଇରେ ବର୍ଷା ଲାଗି ରହିଛି । ଯାହା ଫଳରେ ବିଭିନ୍ନ ରାସ୍ତା ଘାଟରେ ପାଣି ଜମିରହିବା ସହିତ ଡ୍ରେନେଜ୍ ସମସ୍ୟା ଉପୁଜିଥିବା ଦେଖିବାକୁ ମିଳିଛି । ଇତି ମଧ୍ୟରେ ମୁମ୍ବାଇରୁ ଏକ ଭିଡିଓ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଗୋଟିଏ କାର୍ ପାର୍କି ସ୍ଥାନରେ ପାର୍କ କରାଯାଇ ରଖାଯାଇଥିବା ବେଳେ ହଠାତ୍ ସେଠାରେ ଏକ ସିଙ୍କ୍ ହୋଲ୍ ଭିତରରେ ଗଳି ଯାଉଛି । ଧୀରେ ଧୀରେ ହୋଇ ସମ୍ପୂର୍ଣ୍ଣ କାର୍ ଟି ଉକ୍ତ ହୋଲ୍ ରେ ବୁଡି ଯାଉଛି ।

ତେବେ ଏହି ଭିଡିଓ ଟି ଭାଇରାଲ୍ ହେବା ପରେ ବିଏମସି ପକ୍ଷରୁ ଏକ ପ୍ରେସ୍ ବପ୍ପ୍ି ଜାରି କରାଯାଇଛି । ଆଉ ସେଥିରେ ସଫେଇ ଦେଇ କୁହାଯାଇଛି ଯେ, ଏଥିରେ ବିଏମସିର କୌଣସି ହାତ ନାହିଁ । କାରଣ ଏହି ସ୍ଥାନ ଏକ ସୋସାଇଟି ମଧ୍ୟରେ ରହିଛି । ଏଠାରେ ଗୋଟିଏ କୂଅକୁ ଆରସିସି ଜରିଆରେ ଘୋଡାଯାଇ ପାର୍କିଂର ବ୍ୟବସ୍ଥା କରାଯାଇଥିଲା । ଯାହା ଆଜି ଭିତରକୁ ଧସିଯାଇଛି । ଯାହା ଫଳରେ ସେଠାରେ ପାର୍କିର୍ଂ କରାଯାଇଥିବା କାର୍ ଭିତରକୁ ଗଳି ଯାଇଛି ।

ସୂଚନା ଯେ, ଏହି କାର୍ ଟି ବୁଡିବା ବେଳେ ଭିତରେ କିଏ ବି ନଥିଲେ । ବର୍ତ୍ତମାନ ବିଏମସି ଏବଂ ପୁଲିସ୍ ସେଠାରେ ପହଞ୍ଚି କାର୍ କୁ ବାହାର କରିବାରେ ଲାଗିଛି । ତେବେ ବୁଡି ଯାଇଥିବା କାର୍ ପାଖରେ ଥିବା ଅନ୍ୟ ଗାଡି ଗୁଡିକର କୌଣସି କ୍ଷତି ହୋଇନାହିଁ ।

Get real time updates directly on you device, subscribe now.