fbpx

(ଭିଡିଓ) ୭୦୦୦ ଟଙ୍କା ପାଇଁ ନବଜାତକୁ ବିକିଦେଲା ବାପା: ଅଭିଯୋଗ ପରେ ଉଦ୍ଧାର ହେଲା ଶିଶୁକନ୍ୟା

AAKASH

ଯାଜପୁର ଜିଲ୍ଲା ଧର୍ମଶାଳା ଥାନା କୋତପୁର ପଂଚାୟତର ସାନରାଇପଡା ଗ୍ରାମରେ ଅଭାବନୀୟ ଘଟଣା। ଜନ୍ମିତ ଶିଶୁକନ୍ୟାକୁ ୭ହଜାର ଟଙ୍କାରେ ବିକି ଦେଲା ବାପା।

ସାନରଇପଡା ଗ୍ରାମର ରାମଚନ୍ଦ୍ର ବେହେରାଙ୍କ ଝିଅ କାଂଚନ ଗତ ୨୭ ତାରିଖ ସକାଳ ୬ଟା ୪୫ରେ ଧର୍ମଶାଳା ଡାକ୍ତରଖାନାରେ ଏକ କନ୍ୟାକୁ ଜନ୍ମଦେଇଥିଲେ। ୨୮ ତାରିଖ ଦିନ ସେମାନେ ଧର୍ମଶାଳା ମେଡିକାଲ ପରିସରରେ ଜନ୍ମିତ ଶିଶୁକନ୍ୟାରୁ ମହାକାଳପଡା ଅଂଚଳର ଜଣେ ଲୋକକୁ ୭ହଜାର ଟଙ୍କାରେ ବିକିଦେଇଥିଲେ। ତେବେ ଏ ସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷ କିଛି ଜାଣିପାରିନଥିଲେ ।

ସେପଟେ ଘଟଣା ଜଣାପଡ଼ିବା ପରେ ପହଞ୍ଚିଥିଲେ ଡିସିପିଓ । କୋଟପୁର ଫାଣ୍ଡିରେ କରିଥିଲେ ଅଭିଯୋଗ । କୋଟପୁର ଫାଣ୍ଡିରେ ଅଭିଯୋଗ ପରେ ଶିଶୁକନ୍ୟା ଉଦ୍ଧାର । ସାନରାଇପଡ଼ା ଅଞ୍ଚଳରୁ ଉଦ୍ଧାର ହେଲା ଶିଶୁକନ୍ୟା ।

Get real time updates directly on you device, subscribe now.