fbpx
BSKY
BJD SHG SKY
BJD YOUTH SKY

ମୂଷା ଠାରୁ ବ୍ୟାପିଥିଲା କି ଓମିକ୍ରନ? ଆଶ୍ଚର୍ଯ୍ୟକର ଖୁଲାସା କଲେ ବୈଜ୍ଞାନିକ

ନୂଆଦିଲ୍ଲୀ: କରୋନା ଭାଇରସର ନୂତନ ଭାରିଆଣ୍ଟ ଓମିକ୍ରନ ବର୍ତ୍ତମାନ ବ୍ୟାପିବାରେ ଲାଗିଛି । ଯଦିଓ ଏହା ଅଧିକ ସଂକ୍ରମିତ କରୁଛି ତଥାପି ଏହା ଡେଲଟା ଭାରିଆଣ୍ଟ ଅପେକ୍ଷା କମ ବିପଜ୍ଜନକ । ସମଗ୍ର ଦୁନିଆରେ କରୋନାର ମାମଲା ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଏହା ସ୍ୱାସ୍ଥ୍ୟ ସେବାକୁ ମଧ୍ୟ ଗଭୀର ଭାବରେ ପ୍ରଭାବିତ କରିଛି । ସଂକ୍ରମିତ ମାନେ ହସ୍ପିଟାଲରେ ଭର୍ତ୍ତି ହେଉଥିବା ବେଳେ ସ୍ୱାସ୍ଥ୍ୟ ସେବା ଓ ସ୍ୱାସ୍ଥ୍ୟ କର୍ମୀ ପ୍ରଭାବିତ ହେଉଛନ୍ତି । ଏହି ସମସ୍ତ ଜିନିଷ ମଧ୍ୟରେ ଆଚମ୍ବିତ କଲା ଭଳି ଏକ ଖବର ମିଳିଛି ।

ସବୁଠାରୁ ଅଧିକ ବ୍ୟାପୁଥିବା ଏହି ଭାରିଆଣ୍ଟଟି ବିଗତ ବର୍ଷ ଆଫ୍ରିକାରୁ ଚିହ୍ନଟ ହୋଇଥିଲା । ନଭେମ୍ବର ମାସରେ ଚିହ୍ନଟ ହୋଇଥିବା ଭାରିଆଣ୍ଟଟି ସମଗ୍ର ଦୁନିଆକୁ ନିମଷକରେ ବ୍ୟାପି ଯାଇଥିଲା । ୟୁରୋପୀୟ ଦେଶରେ ଏହା ସବୁଠାରୁ ଅଧିକ ପ୍ରଭାବଶାଳୀ ରହିଥିଲା । ତେବେ ଏହି ଭାଇରସର ଉତ୍ପତ୍ତିକୁ ନେଇ ବିଶେଷଜ୍ଞ ମାନେ ଏକ ନୂଆ ତଥ୍ୟ ରଖିଛନ୍ତି । ନେଚରର ରିପୋର୍ଟ ଅନୁଯାୟୀ ମୂଷା କିମ୍ବା ମୂଷା ପ୍ରଜାତିର ଅନ୍ୟାନ୍ୟ ପ୍ରାଣୀଙ୍କ କାରଣରୁ ଓମିକ୍ରନ ଭାରିଆଣ୍ଟର ଆବିର୍ଭାବ ଘଟିଛି । କରୋନାର ଲକ୍ଷାଧିକ ଜିନୋମ ସିକ୍ୱେନ୍ସିଂ ପରେ ଏହି ମତ ରଖିଛନ୍ତି ଜଣେ ଭାଇରୋଲୋଜିଷ୍ଟ । ଉଲ୍ଲେଖଯୋଗ୍ୟ ଯେ, ସାର୍ସ କୋଭ-୨ ତୁଳନାରେ ଏଥିରେ ୫୦ ମ୍ୟୁଟେସନ ରହିଛି । ଏହା ମଧ୍ୟରୁ ୩୦ଟି ମ୍ୟୁଟେସନର ସ୍ପାଇକ ପ୍ରୋଟିନରେ ଆମିନୋ ଏସିଡର ପରିବର୍ତ୍ତିତ ରୂପ ରହିଛି । ତେବେ ଓମିକ୍ରନ ଶେଷ ଭାରିଆଣ୍ଟ ହେବ କି ନାଁ ସେ ସମ୍ପର୍କରେ କିଛି ଧାରଣା ନଥିବା କହିଛି ବିଶ୍ବ ସ୍ୱାସ୍ଥ୍ୟ ସଙ୍ଗଠନ ।

Get real time updates directly on you device, subscribe now.