fbpx

ପଞ୍ଜାବ ନିର୍ବାଚନ; କେଜ୍ରିୱାଲଙ୍କ ବଡ଼ ବୟାନ, କହିଲେ ଧର୍ମ ପରିବର୍ତ୍ତନ ବିରୋଧରେ ହେଉ ଆଇନ, କିନ୍ତୁ…

ପଞ୍ଜାବରେ ନିର୍ବାଚନ ପ୍ରଚାର ଜୋର ଧରିବାରେ ଲାଗିଛି । ଅବଶ୍ୟ ରାଜନୈତିକ ରାଲି ଉପରେ କରୋନା ଯୋଗୁଁ କଟକଣା ଲାଗିଛି । କିନ୍ତୁ ବିଭିନ୍ନ ମାଧ୍ୟମରେ ନେତାମାନେ ନିର୍ବାଚନୀ ପ୍ରଚାର କରୁଛନ୍ତି । ସବୁଠାରୁ ଅଧିକ ପ୍ରେସ୍ କନଫରେନ୍ସ ମାଧ୍ୟମରେ ନିଜର କଥା କହୁଛନ୍ତି ।

ନିର୍ବାଚନ ପାଇଁ ଆଦମୀ ପାର୍ଟୀ ନିଜର ସଂପୂର୍ଣ୍ଣ କ୍ଷମତା ସହ ମଇନଦାନକୁ ଓହ୍ଲାଇଛି । ଏହାର ମଧ୍ୟରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଶନିବାର ଜଳନ୍ଧରଠାରେ ନିର୍ବାଚନ ପ୍ରଚାର ସମୟରେ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଧର୍ମ ପରିବର୍ତ୍ତନ ବିରୋଧରେ ଆଇନ ହେବା ଦରକାର କିନ୍ତୁ ଏହାର ଉଦ୍ଦେଶ୍ୟ କାହାକୁ ହଇରାଣ କରିବା ନହେଉ ।

କେଜ୍ରିୱାଲ କହିଛନ୍ତି ଧର୍ମ ସଂପୂର୍ଣ୍ଣ ବ୍ୟକ୍ତିଗତ ବିଷୟ । ସମସ୍ତଙ୍କୁ ନିଜ ନିଜ ମାନ୍ୟତା ଅନୁଯାୟୀ ପୂଜା କରିବା ଅଧିକାର ଅଛି । ଧର୍ମ ପରିବର୍ତ୍ତନ ଉପରେ ନିଶ୍ଚିତ ଭାବରେ ଆଇନ ହେବା ଦରକାର କିନ୍ତୁ ଏହାର ବ୍ୟବହାର ଭୁଲ ଉପାୟରେ କାହାକୁ ଧମକାଇବା ପାଇଁ ନହେବା ଦରକାର । ଧର୍ମ ପରିବର୍ତ୍ତନ ରୂପରେ କାହାକୁ ଡରାଇବା ଭୁଲ୍ ଅଟେ । ସେ ଆହୁରି କହିଛନ୍ତି ଭଗବାନ କରନ୍ତୁ ଭଗବନ୍ତ ମାନ ପଞ୍ଜାବରେ ସିଏମ ହୁଅନ୍ତୁ ଏବଂ ସବୁବେଳେ ପଞ୍ଜାବର ଲୋକଙ୍କ ଦୁଃଖ ଦୂର କରନ୍ତୁ । ଯଦି ପଞ୍ଜାବ ବାସୀଙ୍କ ପାଇଁ ସେ ସଚ୍ଚୋଟତାର ସହ କାମ କରିବେ ତେବେ ତାଙ୍କୁ କେହି ହରାଇପାରିବେ ନାହିଁ ।

ସେ ବଣିଆଙ୍କୁ ନେଇ ମଧ୍ୟ ବୟାନ ଦେଇଛନ୍ତି ଯେ ‘ଦିଲ୍ଲୀରେ ବଣିଆ ସଂପ୍ରଦାୟ ପୂର୍ବରୁ ଭୋଟ ଦେଉନଥିଲେ କିନ୍ତୁ ଏବେ ଦେଉଛନ୍ତି କାରଣ ମୁଁ ତାଙ୍କର ହୃଦୟ ଜିତିଛି’ । କାରଣ ପାଞ୍ଚ ବର୍ଷରେ ଆମ କାହାକୁ ଡରାଇନାହୁଁ । ସେ କହିଛନ୍ତି ପୂର୍ବରୁ ବଣିଆଙ୍କୁ ବିଜେପିର ଭୋଟ ବ୍ୟାଙ୍କ ବୋଲି କୁହାଯାଉଥିଲା ।

Get real time updates directly on you device, subscribe now.