fbpx

କେଉଁ ଦଳ ପାଖରେ ରହିଛି କେତେ ସମ୍ପତ୍ତି: ସାମ୍ନାକୁ ଆସିଲା ଏଡିଆର ରିପୋର୍ଟ

ନୂଆଦିଲ୍ଲୀ: ରାଜନୈତିକ ଦଳମାନଙ୍କ ମଧ୍ୟରେ କାହାର କେତେ ସଂପତ୍ତି ରହିଛି ଏନେଇ ଏଡିଆର ରିପୋର୍ଟରେ ପ୍ରକାଶ ପାଇଛି ତଥ୍ୟ । ଉଭୟ ଜାତୀୟ ଏବଂ ଆଞ୍ଚଳିକ ଦଳମାନଙ୍କର ସମ୍ପତ୍ତି କେତେ ରହିଛି ତାହା ରିପୋର୍ଟରେ ଉଲ୍ଲେଖ ରହିଛି । ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶ ଏବଂ ରାଜ୍ୟର ରାଜନୈତିକ ଦଳମାନଙ୍କର ସମ୍ପତିର ତାଲିକା ପ୍ରକାଶ କରିଛି ଏଡିଆର ।

ରିପୋର୍ଟ ଅନୁଯାୟୀ, ଜାତୀୟ ଦଳ ଭାବରେ ବିଜେପି ପାଖରେ ଅଧିକ ସଂପତ୍ତି ରହିଛି । ବିଜେପି ୩୨୫୩ କୋଟି ଟଙ୍କା ରହିଥିବାବେଳେ, ଦ୍ୱିତୀୟରେ ବିଏସପି ପାଖରେ ୬୧୮ କୋଟି ୮୬ ଲକ୍ଷ ଟଙ୍କା ରହିଛି । ସେହିଭଳି କଂଗ୍ରେସର ୨୪୦ କୋଟି ୯୦ ଏକ୍ଷ ଫିକ୍ସ ଡିପୋଜିଟ୍ ଥିବା ରିପୋର୍ଟରେ ଦର୍ଶାଯାଇଛି । ତେବେ ୭ଟି ଜାତୀୟ ସ୍ତରର ରାଜନୈତିକ ଦଳ ମଧ୍ୟରୁ ବିଜେପିର ସମ୍ପତି ସର୍ବାଧିକ ୪୮୪୭.୭୮ କୋଟି ଟଙ୍କା ବୋଲି ଏଡିଆର ରିପୋର୍ଟରେ ଦର୍ଶାଯାଇଛି ।

ତେବେ ଆଞ୍ଚଳିକ ଦଳମାନଙ୍କ ମଧ୍ୟରେ ସମାଜବାଦୀ ପାର୍ଟୀ ସବୁଠୁ ଧନୀ । ସେହିପରି ବିଜେଡିର ସମୁଦାୟ ସମ୍ପତ୍ତି ରହିଛି ୧୨୮ କୋଟି ୭୫୨ ଟଙ୍କା । ଯେଉଁଥିରୁ ୧୧୮ କୋଟି ୪୨ ଲକ୍ଷ ଟଙ୍କାର ବ୍ୟାଙ୍କ ଫିକ୍ସ ଡିପୋଜିଟ୍ ଆକାରରେ ରହିଛି । ଏଡିଆର ରିପୋର୍ଟ ଅନୁୂଯାୟୀ ଫିକ୍ସ ଡିପୋଜିଟ୍ କ୍ଷେତ୍ରରେ ୧୦ ଟି ଶ୍ରେଷ୍ଠ ଆଞ୍ଚଳିକ ଦଳମାନଙ୍କ ମଧ୍ୟରେ ଅଷ୍ଟମ ସ୍ଥାନରେ ରହିଛି ବିଜେଡି ।

Get real time updates directly on you device, subscribe now.