fbpx
BJD SKY
BJD SKY

ଜାତୀୟ ସଙ୍ଗୀତକୁ ସମ୍ମାନ: ପ୍ରତ୍ୟେକ ସକାଳୁ ୫୨ ସେକେଣ୍ଡ ପାଇଁ ଅଟକିଯାଉଛି ଗାଁ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

BJD

ନୂଆଦିଲ୍ଲୀ: ଏମିତି ଏକ ଗାଁ ଏଠାରେ ପ୍ରତ୍ୟକ ଦିନ ସକାଳ ୮.୩୦ ବାଜିବା କ୍ଷଣି ପୁରା ସହରରେ ଯିଏ ଯେଉଠି ଥିବ ଯାହା କରୁଥିବ ସେଠି ଛିଡ଼ା ହୋଇଯାଏ । ଜାତୀୟ ସଙ୍ଗୀତ ପ୍ରତି ସମ୍ମାନ ପାଇଁ ପ୍ରତିଦିନ ୫୨ ସେକେଣ୍ଡ ପାଇଁ ସ୍ଥିର ରହିଯାଏ ଏହି ଗାଁ । ସକାଳ ୮.୩୦ ହେବା କ୍ଷଣି ବାଜିଥାଏ ଜାତୀୟ ସଙ୍ଗୀତ ଆଉ ସମସ୍ତେ ନିଜ ସ୍ଥାନରେ ଛିଡ଼ା ହୋଇ ଏହାକୁ ସମ୍ମାନ ଦିଅନ୍ତି । ତେଲେଙ୍ଗେନାର ନାଲଗୋଣ୍ଡା ସହରର ୧୨ ଟି ମୁଖ୍ୟ ଛକରେ ପ୍ରତ୍ୟକ ଦିନ ସକାଳ ୮.୩୦ ରେ ଆମ ଜାତୀୟ ସଙ୍ଗୀତ ବାଜିଥାଏ ।

ତେବେ ଏମିତି କୌଣସି ନିୟମ ସୃଷ୍ଟି କରାଯାଇନାହିଁ । ଦେଶପ୍ରେମ ବଢାଇବା ପାଇଁ ଏବଂ ଆମର ଜାତୀୟ ସଙ୍ଗୀତ ପ୍ରତି ଲୋକଙ୍କ ମନରେ ସମ୍ମାନ ଜାଗ୍ରତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଜାତି ଧର୍ମ ନିର୍ବିଶେଷରେ ଏହି ନିୟମଟି ସମସ୍ତଙ୍କ ପାଇଁ ଲାଗୁ କରାଯାଇଛି । ଚଳିତ ବର୍ଷ ଜାନୁଆରି ୨୩ ତାରିଖରୁ ନିଆଯାଇଛି ଏମିତି ପଦକ୍ଷେପ । ଜନ ଗନ ମନ ଉତ୍ସବ ସମିତିର ପ୍ରେସିଡେଣ୍ଟ କରନାଟି ବିଜୟ କୁମାର ଏବଂ ତାଙ୍କ ସାଙ୍ଗ ମାନେ ଏହାକୁ ଆରମ୍ଭ କରିଛନ୍ତି । ଆଉ ବର୍ତମାନ ଏହାର ପ୍ରଭାବ ଆଖ ପାଖ ସହରରେ ମଧ ପଡ଼ିଛି ଯେଉଁଠି ୮.୩୦ ବାଜିଲେ ଲୋକେ ନିଜ ସ୍ଥାନରେ ଛିଡ଼ା ହୋଇ ଜାତିୟ ସଂଗିତ ଗାନ କରୁଛନ୍ତି ।
ତେଲେଙ୍ଗନାର ଏହି ନାଲଗୋଣ୍ଡା ସହରରେ କନଲ ସନ୍ତୋଷ ବାବୁଙ୍କ ପାଇଁ ପ୍ରସିଦ୍ଧି । ୨୦୨୦ରେ ଲଦାଖର ଗଲୱାନରେ ଶହିଦ ହୋଇଥିବା ବାବୁଙ୍କ ସମ୍ମାନରେ ମଧ୍ୟ ଗ୍ରାମବାସୀ ଜାତୀୟ ସଙ୍ଗୀତକୁ ସମ୍ମାନ ଦେଉଛନ୍ତି । ଏଣୁ ଏଠାକାର ଲୋକଙ୍କ ମନରେ ଦେଶ ଭକ୍ତି ଆହୁରି ଜାଗ୍ରତ ହୋଇଛି । ଏହି ସବୁ ଫଟୋ ଏବେ ଖୁବ ଭାଇରାଲ ହେବାରେ ଲାଗିବା ସହ ଏହାକୁ ଗୋଟିଏ ଭଲ ପଦେକ୍ଷ ବୋଲି କହୁଛନ୍ତି ।

Get real time updates directly on you device, subscribe now.