fbpx

ପ୍ରେମ କଲା ଅନ୍ଧ: ଅଲଗା ଜାତିର ପୁଅ ସହ ଝିଅ ହୋଇଗଲା ଫେରାର, ବିଷ ପଇ ଆତ୍ମହତ୍ୟା କଲା ବାପା

ରାୟଗଡ଼ା (ଭାସ୍କର ନ୍ୟୁଜ୍): ପ୍ରେମରେ ଅନ୍ଧ ହେଲା ଝିଅ। ଭିନ୍ନ ଜାତିର ପୁଅ ସହ ଘର ଛାଡ଼ି ପଳାଇବା ହେଲା ଝିଅ। ବାପା ପାଇଁ ସାଜିଲା କାଳ।  ଜାତିଆଣ ଭେଦଭାବରୁ ଲୋକ ଲଜ୍ୟା ସ୍ରହ କରି ନପାରି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀଙ୍କ ବାପା। ଗୁରୁତୁର ଅବସ୍ଥାରେ ହସ୍ପିଟାଲ ନେବା ବାଟରେ ଉଡିଗଲା ପ୍ରାଣ ବାୟୁ । ଏଭଳି ଅଭାବନୀୟ ଘଟଣା କାଶୀପୁର ବ୍ଳକ ସିରିପାଲ ପଞ୍ଚାୟତ ଅନ୍ତର୍ଗତ ମିନା ଖୁଣ୍ଟି ଗ୍ରାମରେ ଘଟିଛି। ଅଭିଗୌଡ଼ଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଶେକର ଛାୟ ଖେଳିଯାଇଛି।

ସୂଚନା ମୁତାବିକ,ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସିରିପାଇ ପଞ୍ଚାୟତ ଅନ୍ତର୍ଗତ ମିନା ଖୁଣ୍ଟି ଗ୍ରାମରେ ଦୁଃଖଦ ଘଟଣା ଘଟଛି ।ଗତକାଲି ଗ୍ରାମର ଅଭିଗୌଡ଼ଙ୍କ ଝିଅ ଗ୍ରାମର ଏକ ଭିନ୍ନ ଜାତିର ପୁଅ ସହ ଘରୁ କେଉଁ ଆଡେ ଫେରାର ହୋଇଯାଇଥିଲେ। ଏ ସମ୍ପର୍କ ଖବର ପାଇ ବାପା ଅଭିଗୌଡ଼ ଦୁଃଖରେ ଭାଙ୍ଗି ପଡିଥିଲେ। ପରେ  ଜାତିଆଣ ଭେଦଭାବରୁ ଲୋକ ଲଜ୍ୟାକୁ ସହି ନପାରି ବିଷ ପିଇ ଥିବାର ଚର୍ଚ୍ଚା ହେଉଛି ।ପରିବାର ଲୋକେ ତୁରନ୍ତ ଗୁରୁତର ଅବସ୍ଥାରେଥିବା ଅଭିଙ୍କୁ ନିକଟସ୍ଥ  କାଶୀପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ବେଳେ ବାଟରେ ତାଙ୍କ ମୃତ୍ୟୁ ହୋଇଥିଲା । ଅଭିଙ୍କ ମୃତ୍ୟୁପରେ ମୃତଦେହକୁ ଗ୍ରାମକୁ ଫେରାଇ ଆଣି ଆଜି ସକାଳେ ସତ୍କାର ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଖବର ପାଇ କାଶୀପୁରଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା ।ଘଟଣାର ତଦନ୍ତ ଆରମ୍ଭ କରିବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ବାର ବ୍ୟବସ୍ଥା କରିଥିଲେ । ଶବବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବାର ଜଣାଯାଇଛି ।ସେହିପରି ପୁଲିସ ପ୍ରେମୀ ଯୁଗଳ ପୁଅ ଏବଂ ଝିଅକୁ ଥାନାକୁ ଆଣି ପଚରା ଉଚରା କରୁଛି । ଉଭୟ ପୁଅ ଏବଂ ଝିଅ ନାବାଳକ ଓ ନାବାଳିକା ଥିବା ଜଣାଯାଇଛି ।ଏହି ଘଟଣାରେ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Get real time updates directly on you device, subscribe now.