fbpx
BJD
BJD SKY
BJD SKY

ମୋଟା ପୁଅଙ୍କ ପ୍ରତି ପାଗଳ ଏହି ଜାଗାର ଝିଅ; ପେଟ ବଢ଼ାଇବା ପାଇଁ ପିଅନ୍ତି ରକ୍ତ ସହିତ କ୍ଷୀର

BJD

ଓଡ଼ିଶା ଭାସ୍କର ବ୍ୟୁରୋ: ଆଜିକା ସମୟରେ ଝିଅ ମାନଙ୍କ ପସନ୍ଦ ନାପସନ୍ଦର ତରିକା ବଦଳି ଗଲାଣି । ଜୀବନ ସାଥୀ ବାଛିବା ସମୟରେ କାହାକୁ ଧନୀ ପୁଅ ପସନ୍ଦ ତ ଆଉ କାହାକୁ ସୁନ୍ଦର ଓ ପରଫେକ୍ଟ ବଡି ମେନଟେନ୍ କରୁଥିବା ପୁଅ ପସନ୍ଦ । ହେଲେ ଯଦି କୌଣସି ପୁଅ ମୋଟା କିମ୍ବା ଦେଖିବାକୁ ଆକର୍ଷଣୀୟ ହୋଇନଥାନ୍ତି ତେବେ ତାକୁ କେହି ବି ପସନ୍ଦ କରନ୍ତି ନାହିଁ କି ଭାଉ ମଧ୍ୟ ଦିଅନ୍ତି ନାହିଁ । ତେବେ ଆଜି ଆମେ ଏମିତି ଏକ ଜନଜାତି ବିଷୟରେ ଜାଣିବା ଯେଉଁ ମାନଙ୍କ ପସନ୍ଦ ସମ୍ପୂର୍ଣ୍ଣ ଭିନ୍ନ । ସେମାନଙ୍କୁ ଅଧିକ ମୋଟା ହୋଇଥିବା ଲୋକ ହିଁ ପସନ୍ଦ କରନ୍ତି ଓ ହ୍ୟାଣ୍ଡସମ୍ ମାନନ୍ତି ।

ଆଜି ଆମେ ଜାଣିବା ଇଥିଓପିଆର ସୁଦୂର ଇଲାକାରେ ରହୁଥିବା ବୋଦୀ ଜନଜାତିଙ୍କ ବିଷୟରେ । ଏହି ଜନଜାତିର ଲୋକଙ୍କ ମଧ୍ୟରେ ପ୍ରତିବର୍ଷ ଏକ ପ୍ରତିଯୋଗିତା ହୋଇଥାଏ । ଆଉ ସେଥିରେ ଦେଖାଯାଏ ଯେ, କିଏ ସବୁଠାରୁ ଅଧିକ ମୋଟା । ଆଉ ଏଥିରେ ଯେଉଁ ପୁରୁଷ ଜିତିଥାଏ । ତାକୁ ସବୁଠାରୁ ହ୍ୟାଣ୍ଡସମ୍ ବୋଲି ଧରାଯାଇଥାଏ । ଖାଲି ସେତିକି ନୁହେଁ ସେହି ଲୋକକୁ ବିବାହ କରିବାକୁ ଝିଅଙ୍କ ଲାଇନ୍ ଲାଗିଥାଏ । ଏପରିକି ଝିଅ ମାନେ ନିଜ ନିଜ ଭିତରେ ଝଗଡା ମଧ୍ୟ ଲାଗନ୍ତି । ତେଣୁ ସେଠାକାର ପୁରୁଷ ମାନେ ୬ ମାସ ଆଗରୁ ଏଥିପାଇଁ ପସ୍ତୁତି ଆରମ୍ଭ କରିଦିଅନ୍ତି ।

ଏହି ଜନଜାତିର ଲୋକମାନେ ବହୁତ୍ ପରିଶ୍ରମ କରନ୍ତି ମୋଟା ହେବା ପାଇଁ । ଯାହାକି କିଛି ସହଜ କଥା ନୁହେଁ । ଏଠାରେ ରକ୍ତ ସହିତ କ୍ଷୀର ପିଇବାକୁ ବେଶୀ ପସନ୍ଦ କରାଯାଏ । କୁହାଯାଏ ଯେ, ଏହା ସେବନ କରିବା ଦ୍ୱାରା ଚର୍ବି ଖୁବ୍ ଶୀଘ୍ର ବଢ଼ିଯାଇଥାଏ । ଆଉ ପ୍ରତିଯୋଗିତା ଆରମ୍ଭ ହେବାର ଅଳ୍ପ ପୂର୍ବରୁ ପୁରୁଷ ମାନେ ଅଲଗା କୁଡିଆରେ ଯାଇ ରୁହନ୍ତି । ଆଉ ଏହି ସମୟରେ ସେକ୍ସ କରିବାକୁ ବାରଣ କରାଯାଇଛି ।

ଝିଅ ମାନଙ୍କୁ ଆକର୍ଷିତ କରିବା ପାଇଁ ଏହା ହେଉଛି ସବୁଠାରୁ ଭଲ ମଉକା ଭାବରେ ନିଅନ୍ତି ପୁରୁଷ ମାନେ । ତେବେ ଏମାନେ ଯେଉଁଠାରେ ରୁଅନ୍ତି ସେଠାରେ ଅନେକ ପ୍ରକାରର ରୋଗ ହେବାର ଆଶଙ୍କା ରହିଥାଏ । ହେଲେ ଏମାନେ ବିନା କୌଣସି ଡରରେ ବଞ୍ଚନ୍ତି । ତେବେ ମୋଟା ହେବାକୁ ଯାଇ କିଛି ରକ୍ତ ଏବଂ କ୍ଷୀରକୁ ପିଇପାରନ୍ତି ନାହିଁ ଫଳରେ ବାନ୍ତି କରିବସନ୍ତି । ୬ ମାସ ମୋଟା ହେବା ପାଇଁ ପରିଶ୍ରମ କରିବା ପରେ ପ୍ରତିଯୋଗିତାକୁ ନିଜର ମୋଟା ଶରୀର ସହିତ ଆସନ୍ତି । ଆଉ ଯିଏ ଯେତେ ମୋଟା ସେ ସେତେ ହ୍ୟାଣ୍ଡସମ୍ ଭାବେ ଗଣନା କରାଯାଏ ଏବଂ ଝିଅ ମାନେ ତାକୁ ଜୀବନ ସାଥୀ ଭାବେ ପାଇବାକୁ ପାଗଳ ପ୍ରାୟ ହୋଇଯାଆନ୍ତି ।
ପୁରୁଷ ମାନେ ଅଧିକ ମୋଟା ହେଲେ ହ୍ୟାଣ୍ଡସମ୍ ବୋଲି ଧରାଯାଉଥିବା ବେଳେ ଝିଅ ମାନଙ୍କ ଶରୀରରେ ଯେତେ ଅଧିକ ଦାଗ ରହିବ ସେ ସେତେ ସୁନ୍ଦର ବୋଲି ଧରାଯାଇଥାଏ । ଝିଅ ମାନଙ୍କ ଶରୀରକୁ କାଟି ଜାଣିଶୁଣି ଦାଗ କରଯାଏ । ଏମିତି ଝିଅ ମାନଙ୍କୁ ଏହି ଜନଜାତିର ପୁରୁଷ ମାନେ ଅଧିକ ପସନ୍ଦ କରନ୍ତି ।

Get real time updates directly on you device, subscribe now.