fbpx

ସାଜନଙ୍କ ପରେ ନଟରାଜ: ଦ୍ୱିତୀୟ ଭାରତୀୟ ଭାବେ ଅଲିମ୍ପିିକ୍ସ ଯୋଗ୍ୟତା

ନୂଆଦିଲ୍ଲୀ: ରିଓ ଅଲିମ୍ପିକ୍ସ ଯାଏଁ ଜଣେବି ଭାରତୀୟ ସନ୍ତରଣକାରୀ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବାରେ ସକ୍ଷମ ହୋଇନଥିବା ବେଳେ ଟୋକିଓ ୨୦୨୦ ପାଇଁ ଦୁଇ ଜଣ ସନ୍ତରଣକାରୀ ଯୋଗ୍ୟତା ହାସଲ କରିବାରେ ସକ୍ଷମ ହୋଇଛନ୍ତି । ଦୁଇ ଦିନ ତଳୁ ସାଜନ ପ୍ରକାଶ ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଥିବା ବେଳେ ଦ୍ୱିତୀୟ ଭାରତୀୟ ଭାବରେ ଯୋଗ୍ୟତା ହାସଲ କରିଛନ୍ତି ଶ୍ରୀହରି ନଟରାଜ । ଶନିବାର ମାତ୍ର ୦.୦୫ ସେକେଣ୍ଡ ପାଇଁ ଯୋଗ୍ୟତା ହାସଲରେ ବିଫଳ ହୋଇଥିବା ନଟରାଜ ସ୍ୱୟଂକ୍ରିୟ ପ୍ରକ୍ରିୟାରେ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି ।

ଏ ମାର୍କରୁ ମାତ୍ର ୦.୦୫ ସେକେଣ୍ଡ ଦୂରରେ ରହିଥିବା ନଟରାଜଙ୍କୁ ଫିନାର ଅନୁମତି ମିଳିଛି । ଇଟାଲୀର ସେଟ୍ଟେକୋଲିରେ ଅନୁଷ୍ଠିତ ୧୦୦ ମି. ଇ୍ୟାକ୍ଷ୍ଟ୍ରୋକ୍ରେ ୫୩.୭୭ ସେକେଣ୍ଡ ସମୟ ନେଇଥିଲେ ନଟରାଜ । ଏହା ସହିତ ପ୍ରଥମ ଭାରତୀୟ ଭାବରେ ସ୍ୱୟଂକ୍ରିୟ ପ୍ରକ୍ରିୟାରେ ଯୋଗ୍ୟତା ହାସଲ କରିଛନ୍ତି ଶ୍ରୀହରି ନଟରାଜ ।

Get real time updates directly on you device, subscribe now.