fbpx

ପଙ୍ଗପାଳ ଭୟ, ଚାଷୀଙ୍କୁ ସତର୍କ କରାଇଲା ଓୟୁଏଟି

Advertisement

ଭୁବନେଶ୍ୱର, ୨୭ା୫(ଓଡ଼ିଶା ଭାସ୍କର): ପ୍ରଥମେ କରେନା, ଦ୍ୱିତୀୟରେ ଅମ୍ଫାନ ବାତ୍ୟା ଏବେ ପଙ୍ଗପାଳ ଭୟ ଚାଷୀଙ୍କୁ ଘାରିଛି । ପଙ୍ଗପାଳ ପ୍ରଥମେ ରାଜସ୍ଥାନ ପରେ ମଧ୍ୟପ୍ରଦେଶରେ ଫସଲ ନଷ୍ଟ କରିବା ଘଟଣା ଘଟିଥିଲା । ଏହି ଘଟଣାରେ ଓୟୁଏଟି ଡିନ୍ ଲଳିତ ମୋହନ ଗଡ଼ନାୟକ ସୂଚନା ଦେଇ କହିଛନ୍ତି ଯେ ଓଡ଼ିଶା ଇତିହାସରେ କେବେ ପଙ୍ଗପାଳ ଆସି ନାହାନ୍ତି । କିନ୍ତୁ ପଙ୍ଗପାଳ ଓଡ଼ିଶା ଆସିପାରନ୍ତି । ତେଣୁ ଚାଷୀମାନେ ନଡ଼ରି ନିମ୍ବତେଲ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ଅନ୍ୟପଟେ କୃଷି ବିଭାଗର ସମୀକ୍ଷା ବୈଠକ କରିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ସମୀକ୍ଷା ବୈଠକ ପରେ ସବୁ ଜିଲ୍ଲା ନୋଡ଼ାଲ ଅଫିସରଙ୍କୁ ସେ କ୍ଷେତ୍ର ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୃଷି କର୍ମଚାରୀଙ୍କୁ ମୁଖ୍ୟାଳୟ ନ ଛାଡ଼ିବାକୁ ବି କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.