fbpx
BJD
BJD SKY
BJD SKY

ୟୁକ୍ରେନର କିଭ ଅଞ୍ଚଳରେ ପଶିଲା ଋଷ ସେନା: ପରିସ୍ଥିତିକୁ ନେଇ ସାରା ପୃଥିବୀରେ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା

BJD

ନୂଆଦିଲ୍ଲୀ: ଧିରେ ଧିରେ ୟୁକ୍ରେନର ବିଭିନ୍ନ ଇଲାକାରେ କବଜା କରୁଛି ଋଷ ସେନା । ଗୋଟିଏ ପରେ ଗୋଟିଏ ଅଞ୍ଚଳରେ ଆକ୍ରମଣ କରି ଖେଳାଇଦେଇଛି ଆତଙ୍କ । ଏବେ ୟୁକ୍ରେନର କିଭ ଅଞ୍ଚଳରେ ପଶି ଆତଙ୍କ ସୃଷ୍ଟି କରିଛି ଋଷ ସେନା । ଉତ୍ତର କିଭ ଅଞ୍ଚଳରେ ଆକ୍ରମଣ କରି ରଚୁଛି ତାଣ୍ଡବ । ଯାହାକୁ ନେଇ ଏବେ ସାରା ବିଶ୍ୱବାସୀଙ୍କ ମନରେ ଖେଳିଯାଇଛି ଭୟର ବାତାବରଣ । ସମସ୍ତଙ୍କ ମନରେ ଏବେ ପ୍ରଶ୍ନ ହେବ କି ତୃତୀୟ ବିଶ୍ୱଯୁଦ୍ଧ ?

କେବଳ ୟୁକ୍ରେନରେ ନୁହେଁ ଯୁଦ୍ଧର ପରଣରାମକୁ ନେଇ ବିଭିନ୍ନ ଦେଶର ପ୍ରତିରକ୍ଷା ବାହିନୀ ଏବେ ଚିନ୍ତାରେ । ତୃତୀୟ ବିଶ୍ୱଯୁଦ୍ଧକୁ ଭୟ କରି ଭାରତ ଋଷ ଏବଂ ଫ୍ରାନ୍ସ ସମେତ ଅନ୍ୟ ସମସ୍ତ ଦେଶ ଏବେ ଯୋଜନା କରିବାରେ ବ୍ୟସ୍ତ । ଫ୍ରାନ୍ସ ଏବଂ ବ୍ରିଟେନ ୟୁକ୍ରେନକୁ ସମର୍ଥନ କରିବା ପାଇଁ ଘୋଷଣା କରିଛନ୍ତି । ସେହିପରି ଭାରତର ରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ୟୁକ୍ରେନ ସ୍ଥିତିକୁ ନେଇ ବଡ ବୟାନ ଦେଇଛନ୍ତି । ଯୁଦ୍ଧରେ ସମସ୍ତ ପରିସ୍ଥିତିରେ ଫ୍ରାନ୍ସ ୟୁକ୍ରେନକୁ ସମର୍ଥନ କରିବ ବୋଲି ସ୍ପଷ୍ଟ କରୀିଛି । ସେହିପରି ବ୍ରିଟେନ ମଧ୍ୟ ୟୁକ୍ରେନକୁ ସହାୟତାର ହାତ ବଢାଇଛି । ଏଥିସହ ଋଷ ରାଷ୍ଟ୍ରପତିଙ୍କୁ ସେ ନିନ୍ଦା କରିଛନ୍ତି । ଋଷର ରାଷ୍ଟ୍ରପତି ପୁତିନଙ୍କୁ ଜଣେ ଏକଛତ୍ରବାଦୀ ଶାସକ ବୋଲି କହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଏହାସହ ଋଷର କାର୍ଯ୍ୟାନୁଷ୍ଠାନ ଏକ ବର୍ବରତାପୂର୍ଣ୍ଣ ନିଷ୍ପତ୍ତି ବୋଲି କହିଛନ୍ତି ବୋରିସ ।

ସେପଟେ ୟୁକ୍ରେନରେ ପରିସ୍ଥିତି ସଙ୍ଗୀନ ଥିବା ବେଳେ ଏହା ଉପରେ ସମ୍ପୂର୍ଣ୍ଣ ନଜର ରଖାଯାଇଥିବା କହିଛନ୍ତି ଭାରତର ରକ୍ଷାମନ୍ତ୍ରୀ ରାଜନାଥ ସିଂହ । ୟୁକ୍ରେନରେ ଫସି ରହିଥିବା ସମସ୍ତ ଭାରତୀୟଙ୍କୁ ଉଦ୍ଧାର କରାଯିବା ପ୍ରଥମ ପଦକ୍ଷେପ ହେବ ବୋଲି ରାଜନାଥ ସ୍ପଷ୍ଟ କରିଛନ୍ତି । ତେବେ ଏଥିପାଇଁ ପ୍ରୟାସ ମଧ୍ୟ ଆରମ୍ଭ ହୋଇ ଯାଇଛି । ଖୁବଶୀଘ୍ର ୟୁକ୍ରେନରେ ଥିବା ଭାରତୀୟମାନେ ଉଦ୍ଧାର ହୋଇ ଘରକୁ ଫେରି ଆସିବେ ବୋଲି ଆଶ୍ୱାସନା ଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ।

Get real time updates directly on you device, subscribe now.