fbpx

ଘରୋଇ ହସ୍ପିଟାଲ ପାଇଁ ‘ଫି’ ଧାର୍ଯ୍ୟ, ଜାଣନ୍ତୁ କେତେ?

ଭୁବନେଶ୍ୱର,୧୪ ।୮(ଓଡିଶା ଭାସ୍କର): ଘରୋଇ ହସ୍ପିଟାଲ ପାଇଁ ଆଜି ‘ଫି’ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇସମସ୍ତ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ଚିଠି ଲେଖାଯାଇଛି । ସାଧାରଣ ବେଡ (ଡିସିଏଚସି ବା ଡିସିଏଚ) ପାଇଁ ୧୭୫୦ ଟଙ୍କା ରଖାଯାଇଛି । ଆଇସିୟୁ (ଡିସିଏଚ) ପାଇଁ ୧୨ ହଜାର ଟଙ୍କାର ‘ଫି’ ରଖାଯାଇଛି । ସେହିପରି ଆଇସିୟୁ ଭେଣ୍ଟିଲେଟର(ଡିସିଏଚ) ପାଇଁ ୧୩ ହଜାର ଟଙ୍କା ରଖାଯାଇଛି । କୋଭିଡ କେୟାର ସେଣ୍ଟର ପାଇଁ ୧ ହଜାର ଟଙ୍କା ‘ଫି’ ରହିଛି ।

Get real time updates directly on you device, subscribe now.