fbpx

୭୪ତମ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତିଙ୍କ ସମ୍ବୋଧନ

ନୂଆଦିଲ୍ଲୀ,୧୪ ।୮: ରାତି ପାହିଲେ ୭୪ତମ ସ୍ୱାଧୀନତା ଦିବସ । ସ୍ୱାଧୀନତା ପୂର୍ବରୁ ଅବ୍ୟବହିତ ପୂର୍ବରୁ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ କହିଛନ୍ତି ଯେ, ‘ଅଗଷ୍ଟ ୧୫ ଆମ ଭିତରେ ଉତ୍ସାହ ଓ ଦେଶପ୍ରେମ ଭରିଦିଏ । ସ୍ୱାଧୀନ ଦେଶର ନାଗରିକ ଭାବେ ଯୁବପିଢି ଗର୍ବିତ ହେବା ଉଚିତ । ମହାତ୍ମା ଗାନ୍ଧୀ ଆରମ ସ୍ୱାଧରନତା ଆନ୍ଦୋଳନର ମାର୍ଗଦର୍ଶକ ଥିଲେ । ଗାନ୍ଧୀଜୀଙ୍କ ଭଳି ନେତା ଓ ସ୍ୱଚ୍ଛ କେବଳ ଭାରତରେ ହିଁ ସମ୍ଭବ । କରୋନା ମହାମାରୀ ବିଶ୍ୱର ଜୀବନଧାରାକୁ ବଦଳାଇ ଦେଇଛି । ମହାମାରୀ ସମୟରେ ଗରିବ ସବୁଠୁ ଅଧିକ ପ୍ରଭାବିତ ହେଉଛନ୍ତି । ଜନତା ସରକାରଙ୍କୁ ଭରପୂର ସହଯୋଗ କରୁଛନ୍ତି । ବିଦେଶରେ ଫସିଥିବା ଲୋକଙ୍କୁ ଭାରତ ଅଣାଯାଇଛି । ପଡୋଶୀ ଦେଶ ବିସ୍ତାରବାଦ ନୀତି ଆପଣାଇଛନ୍ତି । ଡାକ୍ତର, ନର୍ସ ଓ ସ୍ୱାସ୍ଥକର୍ମୀଙ୍କ ନିକଟରେ ଦେଶ ଋଣୀ । ଆମ ଦେଶର କିଛି ମହାନାୟକ ମହାମରୀରେ ପ୍ରାଣବଳି ଦେଇଛନ୍ତି । ଗଲୱାନ ଉପତ୍ୟକାର ସହିଦ ମାନଙ୍କୁ ସାରାଦେଶ ସମ୍ମାନ ଜଣାଉଛି ।’

Get real time updates directly on you device, subscribe now.