fbpx

କେତେ ରହିଛି ମହିଳାଙ୍କ ଲାଗି ଗର୍ଭଧାରଣ ସଠିକ୍ ବୟସ ସୀମା, ଏହା ପରେ କିମ୍ବା ପୂର୍ବରୁ ସନ୍ତାନ ଲାଭ କଲେ କ’ଣ ହୋଇଥାଏ ଅସୁବିଧା ଆସନ୍ତୁ ଜାଣିନେବା

ନୂଆଦିଲ୍ଲୀ: ମା’ ହେବା ସବୁ ନାରୀଙ୍କର ଏକ ବଡ ସ୍ୱପ୍ନ ହୋଇଥାଏ । ମା’ ହେବା ପରେ ସେମାନଙ୍କ ଜୀବନରେ ଏକ ପରିପୂର୍ଣ୍ଣତା ଆସିଥାଏ । କିନ୍ତୁ ବିଭିନ୍ନ କାରଣରୁ କିଛି ମହିଳା ନିଜର ଏହି ସ୍ୱପ୍ନକୁ ପୂରଣ କରି ପାରି ନ ଥାନ୍ତି । ତେବେ ଗର୍ଭଧାରଣ କରିବା ଲାଗି କୌଣସି ନିର୍ଦ୍ଧିଷ୍ଟ ବୟସସୀମା ରହିଛି କି ଏବଂ ଏହାପରେ ମିସ୍ କ୍ୟାରେଜ୍ ହୋଇଯିବାର ସମ୍ଭାବନା ବଢିଯାଏ କି ଏହିପରି ଅନେକ ପ୍ରଶ୍ନ ଆମମାନଙ୍କ ମନରେ ଉଙ୍କିମାରେ ।

ନିକଟରେ କରାଯାଇଥିବା ଏକ ଅଧ୍ୟୟନରେ ଏହି ସମସ୍ତ ପ୍ରଶ୍ନର ଉତ୍ତର ଦିଆଯାଇଛି । ହଙ୍ଗେରୀର ସିମେଲ୍ଉଇସ୍ ୟୁନିଭରସିଟିର ଅଧ୍ୟୟନ ଅନୁଯାୟୀ ୨୩ ରୁ ୩୨ ବର୍ଷ ଜଣେ ମହିଳାଙ୍କ ଲାଗି ଗର୍ଭଧାରଣର ସବୁଠାରୁ ଉପଯୁକ୍ତ ସମୟ । ଯେଉଁ ମହିଳା ଏହି ବୟସରେ ସନ୍ତାନ ଜନ୍ମ ଦେଇଥାନ୍ତି ସେମାନଙ୍କ ସନ୍ତାନ ଠାରେ କୌଣସି ବି ଜନ୍ମଗତ ଅସୁବିଧା ଦେଖାଯିବା ଆଶଙ୍କା ବହୁତ କମ୍ ରହିଥାଏ । ଅନ୍ୟପକ୍ଷରେ ଯେଉଁ ମହିଳାମାନେ ୨୨ ବର୍ଷରୁ କମ୍ ବୟସରେ ସନ୍ତାନ ଜନ୍ମ ଦେଇଥାନ୍ତି ସେମାନଙ୍କ ସନ୍ତାନ ଠାରେ ଜନ୍ମଗତ ଅସୁବିଧା ଅଧିକ ଦେଖାଯାଇଥାଏ । କମ୍ ବୟସର ମହିଳାଙ୍କ ସନ୍ତାନ କ୍ଷେତ୍ରରେ ନର୍ଭସ ସିଷ୍ଟମ ସହ ଜଡିତ ସମସ୍ୟା ଅଧିକ ଦେଖାଦିଏ । ଏହି ଆଶଙ୍କା ସେତେବେଳେ ଆହୁରି ବଢିଯାଏ ଯେତେବେଳେ ମହିଳାଙ୍କ ବୟସ ୨୦ ବର୍ଷରୁ କମ୍ ହୋଇଥାଏ ।

ସେହିପରି ୪୦ ବର୍ଷରୁ ଅଧିକ ବୟସରେ ଗର୍ଭବତୀ ହେଉଥିବା ମହିଳାଙ୍କ ସନ୍ତାନ କ୍ଷେତ୍ରରେ ମୁଣ୍ଡ, ବେକ, ଆଖି ଓ କାନ ସମ୍ବନ୍ଧିତ ଜନ୍ମଗତ ସମସ୍ୟା ଅଧିକ ଦେଖାଦିଏ । ଅଧିକ ବୟସରେ ଗର୍ଭବତୀ ହେଉଥିବା ମହିଳାଙ୍କ ପେଟରେ ବଢୁଥିବା ଭ୍ରୁଣରେ ସ୍ପାଇନା ବିଫିଡା ପରି ଗମ୍ଭୀର ରୋଗ ଦେଖାଦେଇଥାଏ । ଡାକ୍ତରଙ୍କ କହିବା ଅନୁଯାୟୀ ଯେତେ ଯେତେ ମହିଳାଙ୍କ ବୟସ ବଢିଯାଏ ସେତେ ସେତେ ସେମାନଙ୍କ ଡିମ୍ବାଣୁର ଗୁଣବତ୍ତା ଖରାପ ହୋଇଯାଏ । ଏଣୁ ୩୫ ବର୍ଷ ପରେ ଗର୍ଭଧାରଣ କରୁଥିବା ମହିଳା ମିସକ୍ୟାରେଜ୍, ଜେଷ୍ଟେସନାଲ ଡାଇବେଟିସ୍, ପ୍ରିମାଚ୍ୟୁୟର ବାର୍ଥ ଆଦି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।

Get real time updates directly on you device, subscribe now.