fbpx

ଶିକ୍ଷୟତ୍ରୀଙ୍କ ପାଖକୁ ଆସିଲା ନାମୀଦାମୀ ରେଷ୍ଟୁରାଣ୍ଟର ଅଫର୍ ମେସେଜ୍, କ୍ଲିକ୍ କରିବା ମାତ୍ରେ ଖାତା ସଫା

ମେରଠ: ଦିନ ବଦଳିବା ସହିତ ଟେକ୍ନୋଲୋଜିର ବ୍ୟବହାର ମଧ୍ୟ ବଢ଼ୁଛି । ଏହାସହ ତାଳଦେଇ ବଢ଼ୁଛି ଅନଲାଇନ୍ ଠକେଇ । ପୋଲିସ୍ ପ୍ରଶାସନ ଏହାକୁ ରୋକିବାକୁ ଚେତାବନୀ ଦେଉଥିଲେ ସୁଦ୍ଧା ପ୍ରତ୍ୟେକ ଦିନ କେହି କା କେହି ଏହି ଅନଲାଇନ୍ ଠକେଇର ଶିକାର ହୋଇଯାଉଛି । ସାଇବର୍ ଅପରାଧି ମାନେ ପ୍ରତିଦିନ ନାନା ଉପାୟରେ ଲୋକମାନଙ୍କୁ ଲୁଟୁଛନ୍ତି । ଦିନକୁ ଦିନ ଏହି ସାଇବର ଠକେଇ ବଢ଼ୁଛି । ଏହି କ୍ରମରେ ମେରଠ ଅନଲାଇନ୍ ଠକେଇର ମାମଲା ସାମନାକୁ ଆସିଛି । ଯେଉଁଥିରେ ଜଣେ ମହିଳାଙ୍କ ପାଖକୁ ଗୋଟିଏ ରେଷ୍ଟୁରାଣ୍ଟର ଅଫର୍ ମେସେଜ୍ ଆସିଥିଲା । ଆଉ ତାପରେ ଗୋଟିଏ କ୍ଲିକ୍ ରେ ଖାତାରୁ ଟଙ୍କା ସଫା ହୋଇଗଲା ।

ସୂଚନା ଅନୁସାରେ, ଜଣେ ଶିକ୍ଷୟତ୍ରୀ ଙ୍କ ଫୋନ୍ କୁ ଗୋଟିଏ ନାମୀଦାମୀ ରେଷ୍ଟୁରାଣ୍ଟରୁ ୧୦ ଟଙ୍କା ଥାଳିର ଅଫର୍ ମେସେଜ୍ ଆସିଥିଲା । ଆଉ ଶିକ୍ଷୟତ୍ରୀ ଜଣକ ପ୍ରଲୋଭନରେ ଆସି ସେହି ମେସେଜ୍ ଉପରେ କ୍ଲିକ୍ କରିବା ମାତ୍ରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୪୯ ହଜାର ଟଙ୍କା କଟିଯାଇଥିଲା । ଆଉ ଏହାପରେ ମହିଳା ଜଣକ ଜାଣିପାରିଥିଲେ ଯେ, ସେ ଠକେଇର ଶିକାର ହୋଇଛନ୍ତି । ଏନେଇ ମହିଳା ଜଣକ ସାଇବର ଅପରାଧ ସେଲ୍ ରେ ଅଭିଯୋଗ କରିଛନ୍ତି । ଏବେ ଏହାର ଯାଞ୍ଚ କରୁଛନ୍ତି ସାଇବର୍ ସେଲ ।

ସାଇବର୍ ସେଲ ଏହିଭଳି ପ୍ରଲୋଭନ କରିବା ପରି ମେସଜେ୍ ଠାରୁ ଦୁରରେ ରହିବାକୁ ଅପିଲ କରିଛନ୍ତି । ସେ କହିଛନ୍ତି ଯେ, ଏହିଭଳି ପ୍ରଲୋଭନକାରୀ ମେସେଜ୍ ଜରିଆରେ ଆପଣ ମାନେ ଠକେଇର ଶିକାର ହେବାର ସମ୍ଭାବନା ଅଧିକ ଥାଏ ।

 

Get real time updates directly on you device, subscribe now.