fbpx

୧୦୦ ବର୍ଷୀୟ ବୃଦ୍ଧ ଉଡ଼ାଇଲେ ବିମାନ, ପାଇଲଟ କହିଲେ କେବେ….

ନୂଆଦିଲ୍ଲୀ: ଆଜିକାଲିର ଦୁନିଆରେ ଅସମ୍ଭବ ବୋଲି କିଛି ବି ଜିନିଷ ନାହିଁ । ନିଜର ଦୃଢ଼ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ଥିଲେ ଜଣେ ପ୍ରକ୍ୟେକ କାର୍ଯ୍ୟକୁ ଠିକରେ କରିପାରିବ । ଜଣେ ୧୦୦ ବର୍ଷୀୟ ବୃଦ୍ଧ ବିମାନ ଉଡ଼ାଇ ଏହି କଥାକୁ ପ୍ରମାଣିତ କରିଛନ୍ତି । ରାମୁଡୁ ନାମକ ଉକ୍ତ ବୃଦ୍ଧ ଏକ ଛୋଟ ବିମାନକୁ ଉଡ଼ାଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ସେ ପାଇଲଟ ଆଣ୍ଡ୍ରେ ମବେନଙ୍କ ସହ ଏହି ବିମାନକୁ ଉଡ଼ାଇଥିବା ବେଳେ ଏହି ଦିନକୁ କେବେ ବି ଭୁଲିବେ ନାହିଁ ବୋଲି ପାଇଲଟ କହିଛନ୍ତି ।

ଆନ୍ଧ୍ରପ୍ରଦେଶର ପଶ୍ଚିମୀ ଗୋଦାବରୀ ଜିଲ୍ଲାରେ ରହୁଥିବା ରାମୁଡୁ ଗୋଟିଏ ଦିନ ପାଇଁ ପାଇଲଟ ବନିଥିଲେ । ସେ ବେଙ୍ଗାଲୁରୁରେ ବିମାନ ଉଡ଼ାଇବା ପରିପ୍ରେକ୍ଷୀରେ ପାଇଲଟ କହିଥିଲେ ଯେ, ତାଙ୍କର ୩୦ ବର୍ଷର କ୍ୟାରିୟର ମଧ୍ୟରୁ ଉକ୍ତ ଦିନଟି ସ୍ମରଣୀୟ ହୋଇ ରହିବ । ରାମୁଡୁ ୧୯୨୧ ମସିହା ଜାନୁଆରୀ ୯ ତାରିଖରେ ଜନ୍ମଗ୍ରହଣ କରିବା ସହ ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ଅଟନ୍ତି । ସେ ନିଜର ନାତି ନାତୁଣୀଙ୍କୁ ଦେଖା କରିବା ପାଇଁ ଗତ ୮ ତାରିଖରେ ବେଙ୍ଗାଲୁରୁରେ ପହଞ୍ଚିଥିଲେ । ମାତ୍ର ତାଙ୍କ ପାଇଁ ତାଙ୍କ ପରିବାର ଏପରି ଏକ ସରପ୍ରାଇଜର ପ୍ଲାନ୍ କରିଥିଲେ ବୋଲି ତାଙ୍କର ଅନ୍ଦାଜ ନଥିଲା ।

Get real time updates directly on you device, subscribe now.