fbpx

Air Pollution ଦ୍ୱାରା ପୁରୁଷ ନୁହନ୍ତି, ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି- ରିସର୍ଚ୍ଚ ଡାଟା

ନୂଆଦିଲ୍ଲୀ: ଅନେକ ସମୟରେ ବାୟୁ ପ୍ରଦୂଷଣକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଥାଏ । ତେବେ ଆପଣମାନେ ଜାଣନ୍ତି କି, ବାୟୁ ପ୍ରଦୂଷଣ ଦ୍ୱାରା ପୁରୁଷ ନା ମହିଳା କିଏ ବେଶି ପ୍ରଭାବିତ ହୁଏ । ନିକଟରେ ସ୍ପେନର ବାର୍ସିଲୋନା ସ୍ଥିତ ୟୁରୋପିଆନ ରେସପିରେଟୋରୀ ସୋସାଇଟି ଇଣ୍ଟରରନ୍ୟାସନାଲ କଂଗ୍ରେସ ପକ୍ଷରୁ ଏକ ଅଧ୍ୟୟନ କରାଯାଇଥିଲା । ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ପ୍ରଭାବିତ ହେଉଥିବା ରିସର୍ଚ୍ଚରୁ ଜଣାପଡ଼ିଥିଲା ।

ଆସ୍ଥମା, ଫୁସଫୁସ ସମ୍ବନ୍ଧିତ ବୀମାରୀ କ୍ଷେତ୍ରରେ ଲିଙ୍ଗଗତ ତାରତମ୍ୟ ଦେଖାଯାଇଥାଏ ବୋଲି ପୂର୍ବରୁ ଜଣାପଡ଼ିଥିଲା । ଡିଜେଲ ନିଷ୍କାସନ କାରଣରୁ ଫୁସଫୁସରେ ପ୍ରଦାହ ସୃଷ୍ଟି ହୋଇଥାଏ ଓ ଶରୀରରେ ଶ୍ୱାସ ସଂକ୍ରମଣ ଦେଖା ଦେଇଥାଏ । ଏଥିରୁ କିପରି ମୁକୁଳିବାକୁ ହୁଏ ସେନେଇ ପୂର୍ବ ଅଧ୍ୟୟନରୁ ଜଣାପଡ଼ିଥିଲା । ମାତ୍ର ପୁରୁଷ ଓ ମହିଳାଙ୍କ ରକ୍ତରେ ଏହାର ପ୍ରଭାବ କିପରି ରହୁଛି ସେନେଇ ଚଳିତ ଥର ଷ୍ଟଡି କରାଯାଇଥିଲା ।

ଏଥିପାଇଁ ଧୂମପାନ କରୁନଥିବା ପାଞ୍ଚ ମହିଳା ଓ ପାଞ୍ଚ ପୁରୁଷଙ୍କୁ ନିଆଯାଇଥିଲା । ସେମାନଙ୍କୁ ଫିଲଟରଯୁକ୍ତ ବାୟୁ ଓ ଡିଜେଲ ନିର୍ଗତ ଧୂଅାଁକୁ ଶ୍ୱାସକ୍ରିୟାରେ ନେଇଥିଲେ । ଏହାପରେ ସେମାନଙ୍କର ରକ୍ତର ଯାଞ୍ଚ କରାଯାଇଥିଲା । ଡିଜେଲ ନିଷ୍କାସନ ସଂପର୍କରେ ଆସିବା ପରେ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ଭିନ୍ନତା ଦେଖିବାକୁ ମିଳିଥିଲା ଓ ସେମାନଙ୍କର ପ୍ରୋଟିନ ସ୍ତର ୯୦ ରହିଥିଲା । ଉକ୍ତ ପ୍ରୋଟିନରେ ଏପରି କିଛି ଥିଲା ଯାହାକି ପ୍ରଦାହ, ରକ୍ତର ଥକ୍କା, ହୃଦରୋଗ, ପ୍ରତିରକ୍ଷା ପ୍ରଣାଳୀରେ କିଛି ଭୂମିକା ନିଭାଉଥିବା ଜଣାପଡ଼ିଥିଲା ।

Get real time updates directly on you device, subscribe now.