fbpx
BSKY
BJD MC SKY
BJD YOUTH SKY

SBI କ୍ରେଡିଟ୍ କାର୍ଡରେ ଅନଲାଇନ୍ ଓ ଅଫଲାଇନ୍ ସପିଂ ଉପରେ ଜୋରଦାର ଅଫର, ଏହିପରି ଉଠାନ୍ତୁ ଫାଇଦା

ନୂଆଦିଲ୍ଲୀ: ପାର୍ବଣ ଋତୁକୁ ଧ୍ୟାନରେ ରଖି ଏସ୍‌ବିଆଇ ପକ୍ଷରୁ ବହୁ ଅଫର ଲଞ୍ଚ କରାଯାଇଛି । ଏହି ଅଫର କମ୍ପାନୀର କ୍ରେଡିଟ୍ କାର୍ଡ ଉପରେ ରହିଛି । ଏହି ଅଫରର ଫାଇଦା ଉଠାଇ ଆପଣ ଏହି ପାର୍ବଣ ଋତୁରେ ସପିଂ କ୍ଷେତ୍ରରେ ବହୁତ ପଇସା ସଞ୍ଚୟ କରିପାରିବେ । କମ୍ପାନୀ ପକ୍ଷରୁ ଜାରି ବୟାନରେ କୁହାଯାଇଛି ୨୨୦୦ ଅନଲାଇନ୍ ଓ ଅଫଲାଇନ୍ ସପିଂ ଉପରେ ଏହି ଅଫରର ଲାଭ ଉଠାଇପାରିବେ । ଏଥିରେ ଟାୟାର ୨ ଓ ଟାୟାର ୩ ମର୍ଚ୍ଚାଣ୍ଟସ୍‌କୁ ବି ସାମିଲ କରାଯାଇଛି ।

ଗ୍ରାହକଙ୍କୁ ବିଭିନ୍ନ କାଟାଗୋରୀର ପ୍ରଡକ୍ଟ ଉପରେ ରିହାତି ଦିଆଯାଉଛି । ଏଥିମଧ୍ୟରେ ମୋବାଇଲ୍‌, ଲାପଟପ୍‌, ଫ୍ୟାଶନ ସାମଗ୍ରୀ, ଫର୍ଣ୍ଣିଚର,ଜୁଏଲାରୀ ଓ ତେଜରାତି ସାମଗ୍ରୀକୁ ମଧ୍ୟ ସାମିଲ କରାଯାଇଛି । ଯଦି କୌଣସି ଗ୍ରାହକ କିଛି ସାମଗ୍ରୀ କିଣିବା ଲାଗି ଇଏମଆଇ ବିକଳ୍ପର ଚୟନ କରିବ ତେବେ ତାଙ୍କୁୂୁ ମଧ୍ୟ କମ୍ପାନୀ ପକ୍ଷରୁ ବହୁ ଅଫର ପ୍ରଦାନ କରାଯାଉଛି ।

ଫେଷ୍ଟିଭ୍ ଅଫର ଜରିଆରେ ଏସ୍‌ବିଆଇ ଦେଶର ୨୭୦୦ରୁ ଅଧିକ ସହରରେ ଫ୍ଲିପକାଟ, ଆମାଜନ୍‌, ମିନ୍ତ୍ରା, ରିଲାଏନ୍ସ ରିଟେଲ, ୱେଷ୍ଟସାଇଡ୍‌, ପାଣ୍ଟାଲୁନ, ମ୍ୟାକ୍ସ, ତନିସ୍କ, ଟିବିଜେଡ୍ ସହିତ ଅନ୍ୟାନ୍ୟା ବ୍ରାଣ୍ଡର ସାମଗ୍ରୀ ଉପରେ ୨୭.୫ % କ୍ୟାଶବ୍ୟାକ ଓ ସୁଧ ଛାଡ ଅଫର କରୁଛି । ସେହିପରି ଏସବିଆଇ କାର୍ଡର ଇଏମଆଇ କେନ୍ଦ୍ରିତ ଅଫର ଟିଭି, ଫ୍ରିଜ୍‌, ମୋବାଇଲ, ଲାପଟପ ଆଦି ପ୍ରମୁଖ ବ୍ରାଣ୍ଡ ଉପରେ ପ୍ରଦାନ କରୁଛି । ଏଥିରେ ସାମସଙ୍ଗ, ଏଲଜି, ସୋନୀ, ଓପୋ, ପାନାସୋନିକ, ଏଚପି ,ଡେଲ୍ ଆଦି ବ୍ରାଣ୍ଡ ସାମିଲ ରହିଛି । ଆପଣ ଏସବିଆଇ କାର୍ଡରେ ମିଳୁଥିବା ଏହି ଫାଇଦା ୧୫ ନଭେମ୍ବର ପର୍ଯ୍ୟନ୍ତ ଉଠାଇ ପାରିବେ ।

Get real time updates directly on you device, subscribe now.