fbpx
BJD SKY
BJD SKY

ପାଇଖାନା ଟାଙ୍କି ସଫା ବେଳେ ମୃତ୍ୟୁ ହେଲେ ମିଳିବ କ୍ଷତି ପୂରଣ : ସରକାରଙ୍କୁ ନିର୍ଦ୍ଦେଶ ଦେଲା ସୁପ୍ରିମକୋର୍ଟ

BJD

ନୂଆଦିଲ୍ଲୀ : ଅନେକ ସମୟରେ ନାଳ ନର୍ଦ୍ଦମା ଏବଂ ପାଇଖାନା ଟାଙ୍କି ସଫା କରିବେ ବେଳେ ଲୋକଙ୍କ ମୃତ୍ୟୁ ହେଉଛି । ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜନସ୍ୱାର୍ଥ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଆଜି ସରକାରଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି, ନାଳ ନର୍ଦ୍ଦମା ଏବଂ ପାଇଖାନା ସଫା କରିବା ବେଳେ ଯଦି କାହାର ମୃତ୍ୟୁ ହେଉଛି, ତେବେ ସେମାନଙ୍କ ପରିବାରକୁ କ୍ଷତି ପୂରଣ ଦିଆଯିବ ।

ସୂଚନା ଅନୁସାରେ, ଅନେକ ସମୟରେ ।ଳ ନର୍ଦ୍ଦମା ଏବଂ ପାଇଖାନା ଟାଙ୍କି ସଫା କରିବେ ବେଳେ ଲୋକଙ୍କ ମୃତ୍ୟୁ ହେଉଛି, ଏହି ଘଟଣାକୁ ଦୃଷ୍ଟିରେ ରଖି ସୁପ୍ରିମ କୋର୍ଟ ମୃତକଙ୍କ ପରିବାର ଲୋକଙ୍କୁ ୩୦ ଲକ୍ଷର କ୍ଷତି ପୂରଣ ଦିଆଯିବ । ଏହା ବ୍ୟତୀତ ଜଷ୍ଟିସ୍ ଏସ୍ ରବୀନ୍ଦ୍ର ଭଟ୍ଟ ଏବଂ ଜଷ୍ଟିସ୍ ଆରବିନ୍ଦ କୁମାରଙ୍କ ଖଣ୍ଡପୀଠ କହିଛନ୍ତି, ନାଳ ନର୍ଦ୍ଦମା ଏବଂ ପାଇଖାନା ଟାଙ୍କି ସଫା ସମୟରେ ଯଦି ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣ ଭାବେ ବିକଳାଙ୍କ ହୋଇଯାଆନ୍ତି, ତେବେ ସେମାନଙ୍କୁ ଅତି କମ୍ରେ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ ।

ଉଲ୍ଲେଖେଯାଗ୍ୟ ଯେ, ଗତ ୫ ବର୍ଷ ମଧ୍ୟରେ ଦେଶରେ ନର୍ଦ୍ଦମା ଏବଂ ପାଇଖାନା ଟାଙ୍କି ସଫା ସମୟରେ ୩୪୭ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହା ବ୍ୟତୀତ ଉତ୍ତରପ୍ରଦେଶ, ତାମିଲନାଡୁ ଏବଂ ଦିଲ୍ଲୀରେ ସର୍ବାଧିକ ୪୦% ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହା ୨୦୨୨ ଜୁଲାଇରେ ସରକାର ଲୋକସଭାରେ ରଖିଥିବା ତଥ୍ୟରୁ ଜଣାପଡିଛି ।

Get real time updates directly on you device, subscribe now.