fbpx

ହଜିଯାଇଛି କି PAN Card? ଡୁପ୍ଲିକେଟ ତିଆରି କରିବା ସହ ଠକେଇ ଠାରୁ ବଞ୍ଚିବା ପାଇଁ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ଆପଣ ନିଶ୍ଚିତ ଶୁଣିଥିବେ ଯେ, କୌଣସି ଅଜଣା ବ୍ୟକ୍ତିଙ୍କ ନାମରେ ଲୋନ ନିଆଯାଇଛି, ଶେଷରେ ତାଙ୍କୁ ଠକି ଦିଆଯାଇଛି । ହେଲେ ଯେଉଁ ବ୍ୟକ୍ତିଙ୍କ ସହ ଏହି ଠକେଇ ହୋଇଛି ତାଙ୍କୁ ଏହା ବିଷୟରେ କୌଣସି ସୂଚନା ନ ଥିବ । ଏଥିରେ ସେହି ବ୍ୟକ୍ତି ନିଜେ ଖଟିଥିବା ଟଙ୍କାକୁ ହରାଇବାକୁ ପଡିଥାଏ । ଏପରି ଠକେଇ ପଛରେ କାରଣ ହେଉଛି, ଆପଣଙ୍କ ପ୍ୟାନର ଡିଟେଲ୍ସ ଅନ୍ୟ ବ୍ୟକ୍ତି ପାଖେ ପହଁଚିବା । ଏହା ପ୍ୟାନ କର୍ଡ ହଜିବା ଦ୍ୱାରା ହୋଇଥାଏ ।

ଏଥିରୁ ବଞ୍ଚିବା ପାଇଁ ଯଦି ଆପଣଙ୍କର ପ୍ୟାନ କାର୍ଡ ହଜିଯାଉଛି ତେବେ ତୁରନ୍ତ ଯାଇ ପୋଲିସ ପାଖେ ଏଫଆଇଆର ଦାଖଲ କରନ୍ତୁ । ଏଥି ସହ ଏଫଆଇଆର କପିକୁ ନିଜ ପାଖେ ଅବଶ୍ୟ ରଖନ୍ତୁ । ଏହାର ଫାଇଦା ଏହା ହୋଇଥାଏ ଯେ, ଯଦି ଆପଣଙ୍କ ଠକେଇର ଶିକାର ହୁଅନ୍ତି ଆପଣ ସେଥିପାଇଁ ଉତ୍ତରଦାୟୀ ରହିବେ ନାହିଁ ଏବଂ କ୍ଷତି ପୂରଣ ଇତ୍ୟାଦି ଅବେଦନ କରିବା ଆବେଦନ କରିବା ଆପଣଙ୍କ ପାଇଁ ସହଜ ହେବ ।

ପ୍ୟାନ କାର୍ଡ ହଜିଯିବା ନେଇ ଆପଣଙ୍କୁ ଅନ୍ୟ ନମ୍ବର ନେବାର କୌଣସି ଆବଶ୍ୟକତା ନାହିଁ । ଆପଣ ଅତି ସହଜରେ ଡୁପ୍ଲିକେଟ ପ୍ୟାନ କାର୍ଡ ପାଇଁ ଆବେଦନ କରିପାରିବେ । ଆପଣଙ୍କୁ ସେହି ପୂରୁଣା ପ୍ୟାନ କାର୍ଡର ନମ୍ବର ମିଳିଯିବ ଯାହା ପୂର୍ବରୁ ଥିଲା ।

କିପରି କରିବେ ଆବେଦନ:

-ସର୍ବ ପ୍ରଥମେ ଆପଣ TIN-NSDL ଆଫିସିଆଲ ୱେବସାଇକୁ ଯାଆନ୍ତୁ ।
-ଏହାପରେ ଡ୍ରପଡାଉନ ମେନ୍ୟୁରେ ଯାଇ ଆପ୍ଲିକେସନ ଟାଇପ ସିଲେକ୍ଟ କରିବାକୁ ହେବ । ପୁଣି ପ୍ୟାନ ରିପ୍ରିଣ୍ଟର ବିକଳ୍ପକୁ ଚୟନ କରିବାକୁ ପଡିବ ।
-ଡ୍ରପଡାଉନ ମେନ୍ୟୁରେ କାଟାଗୋରୀକୁ ଚୟନ କରିବାକୁ ପଡିବ ।
-ନାମ, ଜନ୍ମତିଥି, ଇମେଟ ଆଡ୍ରେସ ଏବଂ ମୋବାଇଲ ନମ୍ବର ଭରନ୍ତୁ ।
-କ୍ୟାପଚା ଭରନ୍ତୁ ଏବଂ ସବମିଟ ଉପରେ କ୍ଲିକ କରନ୍ତୁ ।
-ଆପଣଙ୍କୁ ତଳେ ଦିଆଯାଇଥିବା ବଟମ ଉପରେ କ୍ଲିକ କରିବାକୁ ହେବ ଏବଂ ଟୋକନ ନମ୍ବର ପ୍ୟାନ ରିପ୍ରିଣ୍ଟ ପାଇଁ ଦିଆଯାଇଥିବା ଇମେଲ ଆଇଡିରେ ପହଁଚାଇ ଦିଆଯିବ ।
– ଏବେ ଏକ ନୂଆ ପେଜ ସ୍କ୍ରିନ ଉପରେ ଖୋଲିବ ଏବଂ ଏଠାରେ ଆପଣଙ୍କୁ ପ୍ୟାନ ଆପ୍ଲିକେସନ ସବମିଟ କରିବାକୁ ହେବ । ଦିଆଯାଇଥିବା ତିନୋଟି ଅପସନରେ ଆପଣଙ୍କୁ ଇ-କେୱାଇସି ଏବଂ ଇ-ସାଇନ ଜରିଆରେ ଡିଜିଟାଲ ସବମିଟ ବଟମରେ କ୍ଲିକ କରିବାକୁ ପଡିବ ।
-ଏହାପରେ ଆପଣଙ୍କୁ କଣ୍ଟାକ୍ଟ ଡିଲେଲ୍ସ ଦେବାକୁ ପଡିବ ।
-ଏଠାରେ ଆପଣଙ୍କୁ କାଗଜପତ୍ର ଦାଖଲ କରିବାର ଆବଶ୍ୟକତା ପଡିବ ନାହିଁ । କାରଣ ସମସ୍ତ ସୂଚନା ପ୍ରଥମରୁ ଆଧାର କାର୍ଡରୁ ନିଆଯାଇଥିବ ।
-ସ୍କ୍ରିନ ଉପରେ ଥିବା ସମସ୍ତ ତଥ୍ୟକୁ ଆଉଥରେ ଚେକ୍ କରିନିଅନ୍ତୁ ଏବଂ ପ୍ରୋସିଡ ଉପରେ କ୍ଲିକ କରିନିଅନ୍ତୁ ।
-ଏହାପରେ ଆପଣଙ୍କୁ ପେମେଣ୍ଟ କରିବାକୁ ପଡିବ । ଏହାକୁ ଆପଣ ଡେବିଟ୍, କ୍ରେଡିଟ ବା ନେଟ ବ୍ୟାଙ୍କିଙ୍ଗ ମାଧ୍ୟମରେ କରିପାରିବେ ।
-ଯେପରି ଆପଣ ପେମେଣ୍ଟ କରିବେ ଏହାର କିଛି ସମୟ ପରେ ଏକ ୧୫ ଅଙ୍କ ବିଶିଷ୍ଟ ଟୋକନ ନମ୍ବର ଆପଣଙ୍କୁ ମିଳିବ । ଯାହା ମାଧ୍ୟମରେ ଆପଣ ପ୍ୟାନ ରପ୍ରିଣ୍ଟକୁ ଟ୍ରାକ୍ କରିପାରିବେ ।

Get real time updates directly on you device, subscribe now.