fbpx
BJD SKY
BJD SKY

ଓଡ଼ିଶା ପରିବେଶ ସମିତିର ଚେତାବନୀ: ପେଭର ବ୍ଳକ ବିଛାଇବା ଫଳରେ ସହରର ତାପମାତ୍ରା ବଢ଼ୁଛି, ଭୂତଳ ଜଳସ୍ତର ହ୍ରାସ ପାଉଛି

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ସହର, ବଜାରମାନଙ୍କରେ ନୂଆ ନୂଆ ଢଙ୍ଗରେ ସୌନ୍ଦର୍ଯ୍ୟକରଣ କରାଯାଉଛି । ତେବେ ଭୁବନେଶ୍ୱର ଓ କଟକର ରାଜରାସ୍ତାର ଦୁଇ କଡ଼ରେ ଅଧିକ ମାତ୍ରାରେ କଂକ୍ରିଟ ଓ ପେଭର ବ୍ଲକ ପକାଯାଉଥିବା ଦେଖାଯାଉଛି । ନିକଟରେ କଂକ୍ରିଟ ଅପେକ୍ଷା ପେଭର ବ୍ଲକର ଅଧିକ ବ୍ୟବହାର କରାଯାଉଛି । ତେବେ ଏହି କଂକ୍ରିଟ ଓ ପେଭର ବ୍ଲକ କାରଣରୁ ଆମର ପରିବେଶ ନଷ୍ଟ ହେଉଥିବା ପରିବେଶବିତମାନେ ମତ ଦେଇଛନ୍ତି ।

ରାଜଧାନୀ ସମେତ ବିଭିନ୍ନ ସହରର ପୁଟପାଥ ଓ ଅନ୍ୟ ଖାଲି ସ୍ଥାନଗୁଡ଼ିକରେ ଛୋଟ ଛୋଟ ପେଭର ବ୍ଲକ ପକାଯାଇ ରାସ୍ତକୁ ସମତଳ କରାଯାଉଛି । ଏହାଫଳରେ ମୃତ୍ତିକା ଆବରଣ ହେବା ସହିତ ବ୍ଲକ ମଝିରେ ରହିଥିବା ସରୁ ଫାଙ୍କରେ ବର୍ଷାଜଳ ମୃତ୍ତିକାକୁ ପ୍ରବେଶ କରିପାରିବ । ଫଳରେ ଭୂତଳ ଜଳର ପୁନର୍ଭରଣା ହେବା ଓ ମୃତ୍ତିକା କ୍ଷୟ ନହେବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ ରହିଛି । ତେବେ ଭୂପୃଷ୍ଠ କଂକ୍ରିଟମୟ ହେବା ଦ୍ୱାରା ବର୍ଷା ଜଳ ମୃତ୍ତିକାକୁ ପହଞ୍ଚିବାରେ ବାଧା ସୃଷ୍ଟି ହେଉଛି ବୋଲି ପରିବେଶବିତମାନେ ଯୁକ୍ତି ବାଢ଼ିଛନ୍ତି ।

ପେଭର ବ୍ଳକ ବିଛାଯିବା ଫଳରେ ଏହା ପରିବେଶର ସବୁଜିମା ନଷ୍ଟ କରୁଛି । ଯଦି ରାସ୍ତାକଡ଼ରେ ଚାରାରୋପଣ କରାଯାଆନ୍ତା, ଖୋଲା ମୃତ୍ତିକାକୁ ସବୁଜିମାରେ ଆବୃତ୍ତ ରଖାଯାଆନ୍ତା, ବର୍ଷା ଜଳର ସଂରକ୍ଷଣକୁ ଅଧିକ ପ୍ରଭାବୀ କରାଯାଇ ପାରନ୍ତା । ଏଥିସହିତ ପରିବେଶର ଗୁଣାତ୍ମକ ପରିବର୍ତ୍ତନ ଘଟିବା ସହିତ ତାପମାତ୍ରା ନିୟନ୍ତ୍ରଣ ହୋଇପାରନ୍ତା, ପ୍ରଦୂଷଣ ହ୍ରାସ ହୁଅନ୍ତା ଓ ପ୍ରାକୃତିକ ପରିବେଶ ସୃଷ୍ଟି ହୋଇପାରନ୍ତା । ଏହାଦ୍ୱାରା ଭୂତଳ ଜଳସ୍ତର ହ୍ରାସ ପାଇବା ସହିତ ରାସ୍ତା କଡ଼ରୁ ମାଟି ଓ ଘାସ ଶୂନ୍ୟ ହୋଇଯିବ । ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ବୃଦ୍ଧି ପାଇବ । ତେଣୁ ପେଭର ବ୍ଲକ କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ ଅନେକ ମତ ଦେଇଛନ୍ତି । ସହରକୁ ରକ୍ଷା କରିବାକୁ ହେଲେ ଏହାକୁ ବନ୍ଦ କରିବା ଆବଶ୍ୟକ ବୋଲି ଓଡ଼ିଶା ପରିବେଶ ସମିତି (ଓଇସି) ପକ୍ଷରୁ ଚେତାବନୀ ଦିଆଯାଇଛି ।

Get real time updates directly on you device, subscribe now.