fbpx

କରୋନା ଯୋଗୁଁ ଫିକା ପଡିଲା ପାର୍ବଣ ଋତୁ

ଯାଜପୁର,୨୧ ।୧୦(ଓଡିଶା ଭାସ୍କର): କରୋନା ପାଇଁ ସବୁକିଛି ବଦଳିଯାଇଛି । ଗଣେଶ,ବିଶ୍ଵକର୍ମା ପୂଜା ଏହି ଋତୁରେ ପଡୁଥିବା ପର୍ବ ପର୍ବାଣିକୁ ଫିକା କରି ଦେଇଛି । ପରମ୍ପରାକୁ ବଜାୟ ରଖିବା ପାଇଁ ପୂଜା ପାଠରେ ସୀମିତ ରହିଛି । କାହାରି ମନରେ ଆନନ୍ଦ ଉଲ୍ଲାସ ନାହଁ କୋଭିଡର ଭୟ ସମସ୍ତଙ୍କୁ ଘାରିଛି । ଅପର ପକ୍ଷରେ ସରକାରଙ୍କ ନିୟମ ଓ ଆର୍ଥିକ ସଙ୍କଟ ପାର୍ବଣର ମାହୋଲକୁ ଫିକା କରିଛି । ଶକ୍ତି ପୀଠ ଗୁଡିକରେ କୋଭିଡ କଟକଣା ଭକ୍ତ ଶୂନ୍ୟ ମା ଙ୍କ ପୂଜା ଅନୁଷ୍ଠିତ ହେଉଛି । ଆଉ ଦୁଇ ଦିନ ପରେ ମା ଜଗତଜନନୀ ମା ଦୃର୍ଗା ପୂଜା ଆରମ୍ଭ ହେବ । ପୂଜାମଣ୍ଡପରେ ସାଜସଜା ନାହଁ ।  କେବଳ ପୂଜା କରାଯାଇ ଧର୍ମୀୟ ପରମ୍ପରାକୁ ବଜାୟ ରଖିବାକୁ ପୂଜାକମିଟି ଗୁଡିକ ନିଷ୍ପତି ନେଇଛନ୍ତି ।

ତେବେ ଦୁର୍ଗା ପୂଜା ବା ଦଶହରାକୁ ଆନନ୍ଦ ଉଲ୍ଲାସ ପାଳନ କରିଥାନ୍ତି ଲୋକେ । ଏହି ପୂଜା ସାର୍ବଜନୀନ ହୋଇଥିବାରୁ ଗାଁ ଠାରୁ ସହର ପଯ୍ୟନ୍ତ ଦଶହରା ପର୍ବ ମାହଲୋକୁ ଯାକଜମକ ପାଳନ କରାଯାଇଥାଏ । ଶ୍ରମିକ ମାନେ ବୋନସ ପାଇଁ ଥାନ୍ତି ପୂଜା ମନ ଭରି ପାଳନ କରିଥାନ୍ତି । ପୁଜାଛୁଟିରେ କର୍ମ ସଂସ୍ଥାରେ ରହୁଥିବା କର୍ମଚାରୀମାନେ ଜନ୍ମ ମାଟିକୁ ଫେରିଥାନ୍ତି ।

Get real time updates directly on you device, subscribe now.