fbpx
BJD SKY
BJD SKY

ଏଆଇଏଫ୍‌ଏଫ୍‌ ଉପରୁ କଟକଣା ହଟାଇଲା ଫିଫା, ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ପାଇଁ ରାସ୍ତା ପରିଷ୍କାର

BJD

ନୂଆଦିଲ୍ଲୀ: ଅଲ୍‌ ଇଣ୍ଡିଆ ଫୁଟବଲ୍‌ ଫେଡେରସନ୍‌ (ଏଆଇଏଫ୍‌ଏଫ୍‌) ଉପରୁ କଟକଣା ହଟାଇଲା ବିଶ୍ୱ ଫୁଟବଲ ସର୍ବୋଚ୍ଚ ସଂସ୍ଥା ଫିଫା । ଭାରତୀୟ ଫୁଟବଲ୍‌ ମହାସଂଘର କାର୍ଯ୍ୟକଳାପରେ ୩ୟ ପକ୍ଷର ହସ୍ତକ୍ଷେପ ନେଇ ଫିଫା ଗତ ୧୬ ତାରିଖରେ କଟକଣା ଜାରି କରିଥିଲା । ଫଳରେ ଚଳିତ ବର୍ଷ ଭାରତ ଆୟୋଜନ କରିବାକୁ ଥିବା ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ୍‌ ବିଶ୍ୱକପ୍‌ ଆଶଙ୍କା ଦେଇ ଗତି କରୁଥିଲା । ତେବେ ଏହି କଟକଣାକୁ ପ୍ରତ୍ୟାହାର କରିଦେବା ପରେ ଆସନ୍ତା ଅକ୍ଟୋବର ୧୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ପାଇଁ ରାସ୍ତା ପରିଷ୍କାର ହୋଇଯାଇଛି ।

ଭାରତ ଫୁଟବଲ୍‌ ମହାସଂଘର କର୍ମକର୍ତ୍ତା ନିର୍ବାଚନରେ ଅହେତୁକ ବିଳମ୍ବ ନେଇ ଫିଫା କ୍ଷୁବ୍ଧ ହୋଇଥିଲା । ସେହିପରି ମହାସଂଘର କାର୍ଯ୍ୟ ପରିଚାଳନା ପାଇଁ ଅଦାଲତଙ୍କ ଦ୍ୱାରା ଗଠିତ କମିଟି ଅଫ୍‌ ଆଡ଼ମିନିଷ୍ଟ୍ରେଟର କାର୍ଯ୍ୟକଳାପକୁ ନେଇ ମଧ୍ୟ ଫିଫା ଅସନ୍ତୋଷ ବ୍ୟକ୍ତ କରିଥିଲା । ତେବେ ଏହି ଆଡମିନିଷଟ୍ରେଟିଭ୍‌ କମିଟିକୁ ସ୍ଥାଣୁ କରାଯିବା ସହ ଆସନ୍ତା ସେପ୍ଟେମ୍ବର ୨ ତାରିଖରେ କର୍ମକର୍ତ୍ତା ନିର୍ବାଚନ ପାଇଁ ନିଷ୍ପତ୍ତି ହୋଇଥିବାରୁ ଫିଫାର ବ୍ୟୁରୋ କାଉନ୍‌ସିଲ୍‌ ଶୁକ୍ରବାର ଦିନ ଭାରତୀୟ ଫୁଟବଲ ମହାସଂଘ ଉପରୁ କଟକଣାକୁ ପ୍ରତ୍ୟାହାର କରିନେଇଛି ।

Get real time updates directly on you device, subscribe now.