fbpx

ମସଜିଦରେ ଭୟଙ୍କର ବିସ୍ଫୋରଣ, ନମାଜ୍ ପଢ଼ୁଥିବା ବେଳେ ୫୦ ଜଣଙ୍କ ଜୀବନ ଗଲା, ୨୦ ଗୁରୁତର

AAKASH

ନୂଆଦିଲ୍ଲୀ: ଆଫଗାନିସ୍ତାନ ରାଜଧାନୀ କାବୁଲର ସୁନ୍ନୀ ମସଜିଦରେ ଏକ ଭୟଙ୍କର ଧମାକା ହୋଇଛି । ଏହି ହମଲାରେ ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । ମୃତକମାନେ ମସଜିଦରେ ନମାଜ ପଢ଼ୁଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ୨୦ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଆଡମିଟ୍ କରାଯାଇଛି ।

ଏହା ପୂର୍ବରୁ ଗତ ୨୧ ତାରିଖରେ ଆଫଗାନିସ୍ତାନରେ ଏକ ମସଜିଦରେ ଏକ ଭୟଙ୍କର ବିସ୍ଫୋରଣ ଘଟିଥିଲା । ଉକ୍ତ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିବା ସହ ୬୫ ଜଣ ଆହତ ହୋଇଥିଲେ । ଆତଙ୍କୀ ସଂଗଠନ ଆଇଏସଆଇଏସକୁ ଉକ୍ତ ଅଘଟଣ ପାଇଁ ଦାୟୀ କରାଯାଇଥିଲା । ସେହିପରି ଗତ ୧୯ ତାରିଖରେ କାବୁଲ ନିକଟବର୍ତ୍ତୀ ଏକ ସ୍କୁଲରେ ବିସ୍ଫୋରଣ ଘଟି ୬ ଲୋକଙ୍କ ମୃତ୍ୟୁ ଘଟିବା ସହ ୧୨ରୁ ଅଧିକ ଲୋକ ଆହତ ହୋଇଥିଲେ । କାବୁଲ ନିକଟବର୍ତ୍ତୀ ଅବ୍ଦୁଲ ରହୀମ ଶାହିଦ ହାଇସ୍କୁଲରେ ଉକ୍ତ ବିସ୍ପୋରଣ ହୋଇଥିଲା ।

ବର୍ତ୍ତମାନ ଆଫଗାନିସ୍ତାନରେ ତାଲିବାନ ଶାସନ ଚାଲିଛି । ଦେଶକୁ ତାଲିବାନ କବଜା କରିବା ପରେ ରାଜଧାନୀ କାବୁଲ ଏୟାରପୋର୍ଟ ନିକଟରେ ତିନୋଟି ବିସ୍ଫୋରଣ ହୋଇଥିଲା । ଉକ୍ତ ଧମାକାରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇବା ସହ ୧୨୦ରୁ ଅଧିକ ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରେ ୧୩ ଜଣ ଆମେରିକୀୟ କମାଣ୍ଡୋ ଥିଲେ । ଗତ ବର୍ଷ ମଧ୍ୟ ଅଲଗା ଅଲଗା ବିସ୍ଫୋରଣରେ ପାଖାପାଖି ୯୦ ଜଣଙ୍କ ମୃତ୍ୟୁ ଘଟିଥିବା ସହ ୧୪୭ ଜଣ ପ୍ରାଣ ହରାଇଥିଲେ ।

Get real time updates directly on you device, subscribe now.