fbpx

ସମୁଦ୍ରରେ ପହଁରିବା ବେଳେ ଫିଲ୍ମ ନିର୍ମାତାଙ୍କ ସାମ୍ନାକୁ ଚାଲି ଆସିଲା ସାର୍କ, ରେକର୍ଡ କରୁଥିବା ଗୋପ୍ରୋ କ୍ୟାମେରାକୁ ଗିଳି ଦେଲା , ଆଉ ତା ପରେ….

AAKASH

ନୂଆଦିଲ୍ଲୀ:  ସମୁଦ୍ରରେ ପହଁରୁଥିବା ବେଳେ ଜଣେ ବ୍ୟକ୍ତି ସାର୍କର ଭିଡିଓ କରିବାକୁ ଚେଷ୍ଟା କରିଛନ୍ତି । ହଠାତ୍ ସାର୍କଟି କ୍ୟାମେରାକୁ ଖାଇଯାଉଥିବା ଭିଡିଓରେ ରେକର୍ଡ ହୋଇଛି । ସମୁଦ୍ରର ଦୁନିଆ ଯେତିକି ସୁନ୍ଦର ସେତିକି ବିଦଜ୍ଜନକ । ଅନେକ ଭୟଙ୍କର ଜୀବ ରୁହନ୍ତି ସମୁଦ୍ରରେ । ଛୋଟ ବଡ ବିଭିନ୍ନ ପ୍ରକାରର ଜୀବ । ସେମାନଙ୍କ ମଧ୍ୟରୁ କିଏ କେତେବେଳେ ମଣିଷଙ୍କ ଜୀବନ ନେଇଯିବ ସେକଥା କହିବା ମୁସ୍‌କିଲ୍‌ । ପୂର୍ବରୁ ସମୁଦ୍ର ଜୀବ ଅନେକ ଲୋକଙ୍କର ଜୀବନ ନେଇଥିବା ନଜିର ରହିଛି ।

ସମୁଦ୍ର ଭିତର ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରିବା ଅନେକ ଲୋକଙ୍କ ଦୁର୍ବଳତା ରହିଥାଏ । ଏହି ସମୟରେ ଅନେକ ଘଟଣା ଦୁର୍ଘଟଣା ବି ଲୋକଙ୍କ ସହିତ ଘଟିଥାଏ । ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ସାର୍କ କ୍ୟାମେରା ଖାଉଥିବା ଦେଖିବାକୁ ମିଳୁଛି । କେବଳ ଖାଇବା ସମୟର ଭିଡିଓ ନୁହେଁ, ଧିରେ ଧିରେ କ୍ୟାମେରା ସାର୍କ ପେଟ ବଇଡରକୁ ଯାଉଛି ଏବଂ ପେଟ ଭିତରର ଦୃଶ୍ୟ ରେକର୍ଡ ହୋଇଚାଲିଛି । ସୋସିଆଲ ମିଡିଆରେ ଏହି ଭିଡିଓ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି । ଫିଲ୍ମ ନିର୍ମାତା ତଥା ସଂରକ୍ଷଣବାଦୀ ଜିମି ଡା କିଡ୍‌ ତାଙ୍କ କ୍ୟାମେରାରେ ସାର୍କର ଭିଡିଓକୁ କ୍ୟାପଚର କରୁଥିଲେ । ଏହି ସମୟରେ ହଠାତ ସାର୍କ କ୍ୟାମେରା ଉପରେ ଆକ୍ରମଣ କରି ତାକୁ ଗିଳି ପକାଇଥିଲା । କ୍ୟାମେରା ଖାଇବାର କିଛି ସମୟ ପରେ ସାର୍କଟି ଗିଳିଥିଲା ପରେ ଏହାକୁ ପାଟି ବାହାରକୁ ଫିଙ୍ଗି ଦେଇଥିଲା ।

Get real time updates directly on you device, subscribe now.