fbpx

କରୋନା ମୁକାବିଲା: ଶରୀରର ଇମ୍ୟୁନିଟି ପାୱାର ବଢ଼ିବ କିପରି ?

ନୂଆଦିଲ୍ଲୀ, ୪ା୪: ଗରମ ପାଣି, ହର୍ବାଲ୍ ଚା କରୋନା ଭୁତାଣୁର ସଂକ୍ରମଣକୁ ମୁକାବିଲା କରିବାରେ ରାମବାଣ ସାବ୍ୟସ୍ତ ହେବ । ଏନେଇ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏକ ଆଡ଼ଭାଇଜରି ଜାରି କରାଯାଇଛି । ଏଥିରେ ଦର୍ଶାଯାଇଛି ଯେ, କରୋନା ମୁକାବିଲା ପାଇଁ ଇମ୍ୟୁନିଟି ବଢ଼ାଇବା ଜରୁରୀ । ତେଣୁ ଇମ୍ୟୁନିଟି ବଢ଼ାଇବା ପାଇଁ ବାରମ୍ବାର ଗରମ ପାଣି ସେବନ, ଦିନକୁ ଅତିକମ୍‌ରେ ୨ଥର ହର୍ବାଲ୍ ଚା’ ପିଇବା, ତୁଳସୀ, ଡାଳଚିନି, ଅଦା, ଖିସ୍‌ମିସ୍‌କୁ ମିଶାଇ ତାହାକୁ ସାମାନ୍ୟ ଗରମ ପାଣିରେ ସିଝାଇ ପିଇବା ଦ୍ୱାରା ଇମ୍ୟୁନିଟି ବଢ଼ିଥାଏ । ଏହି ଇମ୍ୟୁନିଟି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ବୋଲି ସୂଚନା ଦିଆଯାଇଛି । ଇମ୍ୟୁନିଟି ବଢ଼ାଇବା ପାଇଁ ଚବନପ୍ରାସ୍ ଖାଇବା, ଯୋଗ କରିବା, ହର୍ବାଲ୍ ଚା ଉପଯୋଗୀ ସାବ୍ୟସ୍ତ ହେବ । ଏନେଇ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ୪ଟି ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶ ଅନୁସାରେ, ପ୍ରତିଦିନ ବାରମ୍ବାର ଗରମ ପାଣି ପିଅନ୍ତୁ, ପ୍ରତିଦିନ ଅତିକମ୍‌ରେ ୩୦ ମିନିଟ୍ ଯୋଗ କରନ୍ତୁ । ଏହାସହ ଖାଦ୍ୟ ପ୍ରସ୍ତୁତ ସମୟରେ ହଳଦୀ, ଜିରା, ଧନିଆ ଭଳି ମସଲା ଉପଯୋଗ କରନ୍ତୁ । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପ୍ରତିଦିନ ସକାଳୁ ୧୦ ଗ୍ରାମ ଅର୍ଥାତ ଏକ ଚାମଚ ଚବନପ୍ରାସ ସେବନ କରନ୍ତୁ । ଡାଏବେଟିସ ରୋଗୀ ବିନା ଚିନିର ଚବନପ୍ରାସ ସେବନ କରିପାରିବେ । ଦିନକୁ ଅତିକମ୍‌ରେ ଗୋଟିଏ ଥର ୧୫୦ ମିଲିଲିଟରର ଗରମ କ୍ଷୀରରେ ଅଧ ଚାମଚ ହଳଦୀ ପକାଇ ପିଇ ପାରିବେ । ଶୁଖିଲା ଖାସ ଏବଂ ତଣ୍ଟିରେ ଦରଜରୁ ଆରାମ ପାଇବା ପାଇଁ ଗରମ ପାଣିର ବାମ୍ଫ ନେଇ ପାରିବେ । ଖାସର ମୁକାବିଲା ପାଇଁ ମହୁ ସହ ଲବଙ୍ଗ ପାଉଡର ପକାଇ ସେବନ କରିପାରିବେ । ଏହାପରେ ମଧ୍ୟ ଉପଶମ ନମିଳିଲେ ଡାକ୍ତରଙ୍କ ପରାମର୍ଶ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆର‌୍ୟୁବେଦ ଏବଂ ନ୍ୟାଚୁରାଥେରାପି ବିଶେଷଜ୍ଞଙ୍କ ସୂଚନା ଅନୁସାରେ, ଶରୀରରେ ଇମ୍ୟୁନିଟି ପାୱାର ବଢ଼ାଇବା ପାଇଁ ପ୍ରତିଦିନ କ୍ଷୀର ପିଇବା ସହ ଚବନପ୍ରାସ ସେବନ କରନ୍ତୁ । ଅଁଳା, ଏଲାଭୋରା ଜୁସ୍ ମଧ୍ୟ ଶରୀର ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସେମାନେ ମତ ରଖିଛନ୍ତି । ଚବନପ୍ରସ୍ ବିଷୟରେ ଚବନ ସଂହିତାରେ ମଧ୍ୟ ଉଲ୍ଲେଖ ଅଛି । ଏହାର ଉପଯୋଗୀତା ବିଷୟରେ ଏହି ଚବନ ସଂହିତାରେ ଚବନ ଋଷି ଦର୍ଶାଇଛନ୍ତି । ଚବନପ୍ରାସ ଶରୀରର ସୁରକ୍ଷା କବଚ ବୋଲି ସେ ଦର୍ଶାଇଛନ୍ତି । ଚବନପ୍ରାସ ଶରୀରରେ ରୋଗ ସହ ଲଢ଼ିବା ସହ ଶରୀରରେ ଫୁର୍ତ୍ତି ଆଣିଥାଏ । ଚବନପ୍ରାସ ଶରୀରରେ ବାତ-ପିତ-କଫ ଦୋଷ ଦୂର କରିଥାଏ । ଚବନପ୍ରାସ ପ୍ରସ୍ତୁତ କରିବାରେ ଅନେକ ପ୍ରକାରର ଜଡ଼ିବୁଟି ଉପଯୋଗ କରିଥାଏ । ତେଣୁ ଶରୀରକୁ ସୁସ୍ଥ ରଖିବାରେ ଏହା ଅନେକ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ବୋଲି ସେମାନେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.